ଅଧିକ ପଢନ୍ତୁ : ଚର୍ଚ୍ଚାରେ ବଲିଉଡ ଷ୍ଟାରକିଡଙ୍କ ନାଁ
ଜେମି ଲେବର ୨୦୧୨ ରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରଥମେ ସେ ମାର୍କେଟ ରିସର୍ଚ୍ଚ ଏଜେନ୍ସି ରେ ମାର୍କେଟ ଏକ୍ଜିକ୍ୟୁଟିଭ ଭାବେ କାମ କରୁଥିଲେ । ହେଲେ ତାଙ୍କୁ କିଛି ନୂଆ କରିବାର ଥିଲା, ସେଥିପାଇଁ ଏହାପରେ ସେ ଷ୍ଟାଣ୍ଡଅପ କମେଡିଆନ କାମ କରିବା ଆରମ୍ଭ କରିଥିଲେ । ଏଥିସହ ବଲିଉଡ ଆକ୍ଟର ମାନଙ୍କର ମିମିକ୍ରି ମଧ୍ୟ କରୁଥିଲେ । ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରୁଥିଲେ । ହେଲେ ଜେମିଙ୍କୁ ତାଙ୍କ ମନ ମୁତାବକ ସଫଳତା ମିଳିପାରିନଥିଲା । ଦୀର୍ଘ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ସେ ନିଜର ପରିଚୟ ସୃଷ୍ଟି କରିବାକୁ ସଂଘର୍ଷ କରୁଛନ୍ତି ।
ସେ ଏକ ସାକ୍ଷାତକାରରେ କହିଥିଲେ, ସେଲିବ୍ରିଟି କିଡ ମାନେନୁହେଁ ଯେ ଆପଣଙ୍କୁ ସବୁକିଛି ରୂପା ଥାଳିରେ ମିଳିଯିବ । ଏହାର ସବୁଠୁ ବଡ ଉଦାହରଣ ମତେ ଦେଖନ୍ତୁ। ମୋ ଭାଗ୍ୟରେ ହୁଏତ ଅପେକ୍ଷା ଲେଖାଯାଇଛି, ମତେ ସଫଳତ ପାଇଁ ଆହୁରି ସଂଘର୍ଷ ଆଉ ଅପେକ୍ଷା କରିବାକୁ ପଡିବ । ମୋ ବାପା ଜଣେ ଲୋକପ୍ରିୟ ହାସ୍ୟଭିନେତା ହୋଇଥିଲେ ମଧ୍ୟ ସେ କେବେ କାମପାଇଁ କାହାକୁ ସୁପାରିଶ କରନଥିଲେ । ନିଜ ଟ୍ୟାଲେଣ୍ଟ ଯାଗୁଁ ସେ ଇଣ୍ଡଷ୍ଟ୍ରିରେ ନାଁ କରି ପାରିଛନ୍ତି ।ତାଙ୍କଭଳି ମୁଁ ବି ସଂଘର୍ଷ କରି ସଫଳତା ପାଇବାକୁ ଚାହୁଁଛି ବୋଲି ସେ କହିଛନ୍ତି ।
ତେବେ ପୂର୍ବରୁ ‘ହାଉସଫୁଲ ୪’ ଏବଂ ‘କିସି କିସିକୋ ପ୍ୟାର କରେ’ ରେ ନଜର ଆସିଥିଲେ ଜେମି । ହେଲେ ଏତେଟା ଲୋକପ୍ରିୟ ହୋଇପାରିନଥିଲେ । ଏବେ ଏକ କମେଡି ସିରିଜ ‘ପାଁପ କୌନ’ ରେ ଖୁବଶୀଘ୍ର ନଜର ଆସୁଛନ୍ତି ଜେନି ।
କେବଳ କମେଡି ନୁହେଁ ,ଆକ୍ଟିଂରେ ମଧ୍ୟ ଜେନି ଖୁବ ମାହିର ଜେନି ।ତେବେ ଏବେ ପ୍ରତ୍ୟେକ ଦର୍ଶକଙ୍କ ଅପେକ୍ଷା ନିଜର ଆଗାମୀ ସିରିଜରେ କେମିତି ଆକ୍ଟିଂ ଏବଂ କମେଡି କରୁଛନ୍ତି ଜେନି ।
ଅଧିକ ପଢନ୍ତୁ : ବଲିଉଡରେ ଏଣ୍ଟ୍ରି କରିବେ ସଲମନଙ୍କ ଭାଣିଜୀ ଅଲୀଜେହ ଅଗ୍ନିହୋତ୍ରୀ