ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରରେ ସୁରକ୍ଷାବଳଙ୍କୁ ମିଳିଛି ବଡ଼ ସଫଳତା । କୁଲ୍ଲନ ଗାନ୍ଦରବଳରେ ହୋଇଥିବା ଆକ୍ରମଣରେ ସେନା ହାତରୁ ଖସି ପଳାଇଥିଲା ଆତଙ୍କୀ । ଆଜି ସେନା ସେହି ଆତଙ୍କୀକୁ ଗିରଫ କରିଛି ।
ନ୍ୟୁଜ୍ ଏଜେନ୍ସି ଏଏନଆଇର ସୁଚନାନୁଯାୟୀ ଲସ୍କର-ଇ-ତୋଇବା ର ଆତଙ୍କୀ ନିସାର ଡାରକୁ ଶୁକ୍ରବାର ରାତିରେ ଭାରତୀୟ ସେନା ଗିରଫ କରିଛି । ତେବେ ଆତଙ୍କୀଙ୍କ ସନ୍ଧାନରେ ସେନାର ତୃତୀୟ ଦିନରେ ସର୍ଚ୍ଚଅପରେସନ୍ ଜାରି ରହିଛି । ଅନ୍ୟପଟେ ସେଠାକାର ସ୍ଥାନୀୟ ଲୋକଙ୍କୁ ସେନା ତରଫରୁ ଅନୁରୋଧ କରାଯାଇଛି ଯେ, ସକାଳ 6 ଟା ପରେ ଘରୁ ବାହାରନ୍ତୁ ଆଉ 5 ଟା ପର୍ଯ୍ୟନ୍ତ ଘରେ ପହଞ୍ଚି ଯାଅନ୍ତୁ । ସେନା ଓ ପୋଲିସ୍ ଲୋକମାନଙ୍କୁ ସହଯୋଗ କରିବାକୁ ଅନୁରାଧ କରିଛନ୍ତି ।
J&K: Lashkar-e-Toiba terrorist Nisar Dar arrested by security forces last night. He had earlier escaped from an encounter in Kullan Ganderbal in which one Pakistani terrorist was killed.
— ANI (@ANI) January 4, 2020
