ସୂଚନାମୁତାବକ, ଯାନବାହନ ଯାଞ୍ଚ ବେଳେ ଆତଙ୍କବାଦୀଙ୍କର ଏକ ଗୋଷ୍ଠୀ ସକାଳ 5 ଟାରେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଗୁଳି ଚଳାଇବା ପରେ ଆତଙ୍କବାଦୀମାନେ ଜଙ୍ଗଲ ଆଡକୁ ଦୌଡିବାକୁ ଲାଗିଲେ। ତା’ପରେ ଆରମ୍ଭ ହୋଇଥିଲା ଏନକାଉଣ୍ଟର । ଏହି ଏନକାଉଣ୍ଟରରେ 4 ଆତଙ୍କବାଦୀ ନିହତ ହୋଇଥିବା ସୂତ୍ରରୁ ପ୍ରକାଶ। ଏନକାଉଣ୍ଟର ହେତୁ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଛି।
ସୁତ୍ର ମୁତାବକ ଜାମ୍ମୁ-ଶ୍ରୀନଗର ରାଜପଥ ଦେଇ ଟ୍ରକ ଯୋଗେ କାଶ୍ମୀରକୁ 3-4 ଆତଙ୍କବାଦୀ ଯିବାକୁ ଚେଷ୍ଟା କରୁଥିଲେ। ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଘେରି ରହିଥିଲେ ଏବଂ ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଘଟଣା ଯୋଗୁଁ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ନାଗ୍ରୋଟା ଠାରେ ସୁରକ୍ଷା କଡାକଡି କରାଯାଇଛି।