ଅଧିକ ପଢନ୍ତୁ : ଟେରର ଫଣ୍ଡିଂ ଓ ଆତଙ୍କୀ ଲିଙ୍କ ସନ୍ଦେହରେ ଚାଲିଛି ମାରାଥନ ରେଡ୍
ଅର୍ଗସ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ । ବାରମୂଲାରେ ୩ ସନ୍ଦିଗ୍ଧ ଆତଙ୍କବାଦୀ ସୌକତ ଅଲ୍ଲୀ ଅୱାନ, ଅହମଦ୍ଦୀନ, ମହମ୍ମଦ ଖଟାନାଙ୍କୁ ଗିରଫ କରିଛି ସେନା । ସେମାନଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହେବା ସହ ନିଶାଦ୍ରବ୍ୟ ମଧ୍ୟ ଜବତ ହୋଇଛି । ସନ୍ଦିଗ୍ଧମାନେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସହାୟତା କରୁଥିବା ଜଣାପଡ଼ିଛି । ସୁରକ୍ଷା ଏଜେନ୍ସି ପକ୍ଷରୁ ସୂଚନା ମିଳିବା ପରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିଲା ଅପରେସନ ।
ଅଧିକ ପଢନ୍ତୁ : ଟେରର ଫଣ୍ଡିଂ ଓ ଆତଙ୍କୀ ଲିଙ୍କ ସନ୍ଦେହରେ ଚାଲିଛି ମାରାଥନ ରେଡ୍
ଅର୍ଗସ ବ୍ୟୁରୋ : ପଟ୍ଟାମୁଣ୍ଡାଇ ବଡପଡା ମାହାନ୍ତି ସାହିରେ ବର ବାହାରିବା ବେଳେ ଘଟିଲା । ପେଟ୍ରୋଲ ଜାରରୁ ନିଆଁ ଲାଗି ଜଳିଗଲା ଘର । ସେହି ନିଆଁରେ ଜୀବନ୍ତ ଜଳିଗଲେ ୫ ବର୍ଷର ଶିଶୁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଉ ୩ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି । ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।
ଅର୍ଗସ ବ୍ୟୁରୋ : ସରିଛି ବାଲିଯାତ୍ରା ହେଲେ ସରିନି କିଣାବିକା । ବାଲିଯାତ୍ରା ଶେଷ ହେବାର ଦୁଇ ଦିନ ପରେ ମଧ୍ୟ ଘରକରଣା ସାମଗ୍ରୀ କିଣିବାକୁ ବଲିଯାତ୍ରା ତଳ ଓ ଉପର ପଡିଆରେ ଲାଗୁଛି ଲୋକଙ୍କ ଭିଡ଼ । ବିଶେଷ କରି ଗୃହିଣୀମାନେ ବିଭିନ୍ନ ସାମଗ୍ରୀ କିଣାକିଣି କରିବା ପାଇଁ ବାଲିଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି । ବର୍ଷକୁ ଥରେ ହେଉଥିବା ବାଲିଯାତ୍ରା ମେଳାରେ ଘରକରଣା ସାମଗ୍ରୀର ବେଶ ଚାହିଦା ରହିଥାଏ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟ ସମୟରେ ମିଳୁନଥିବା ଏହି ଘର କରଣା ସମଗ୍ରୀ କିଣିବା ପାଇଁ ମେଳା ପଡ଼ିଆରେ ଗୃହିଣୀଙ୍କ ଭିଡ଼ ଜମେ । ଆଉ ବାଲିଯାତ୍ରା ସରିବା ପରେ ବି ଭିଡ କମ୍ ହୋଇନି । ଯୁଗ ସିନା ଆଧୁନିକ ହେଲେ ସେ ପାରମ୍ପରିକ ଜିନିଷର ବେଶ ଚାହିଦା । ଯାହା ଏହି ବାଲିଯାତ୍ରା ପଡ଼ିଆରେ ଦେଖିବାକୁ ମିଳେ ।
ଆଠଗଡ଼ ତିଗିରିଆର ଝାଡୁ ଓ କୁଲା ବାଉଁସିଆ ସେହିପରି ମୁଗୁନି ପଥରରେ ତିଆରି ହୋଇଥିବା ଚକେଇ, ଶୀଳ, ଚନ୍ଦନପେଡି ଏବଂ ଅନ୍ୟ ସମଗ୍ରୀ ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ପାଗ ଖରାପ ବା ବର୍ଷା ଯୋଗୁଁ ବ୍ୟବସାୟ ପ୍ରଭାବିତ ହୋଇଛି, ହେଲେ ପାଗ ଭଲ ହେଲେ ବ୍ୟବସାୟ ବଢ଼ିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଅନ୍ୟପଟେ ବାଲିଯାତ୍ର ଶେଷ ହେବା ପରେ ଅଧିକାଂଶ ବ୍ୟବସାୟୀ ଫେରିଯାଇଛନ୍ତି ।