୩୭୦ ଧାରା ଉଚ୍ଚେଦ ଜୋଗୁଁ ଜମ୍ମୁ କାଶ୍ମୀରରେ ଜେପରି ବଡ ପରିବର୍ତ୍ତନ ଘଟିଛି ତାକୁ ନେଇ ଗୋଟି ଗୋଟି କରି ଗଣାଇଥିଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା । ଏହି ଉଚ୍ଚେଦ କାରଣରୁ ଆଜି ଜମ୍ମୁ କାଶ୍ମୀରର ଆଦିବାସୀ ସଂପ୍ରଦାଯଙ୍କର ବିକାଶ ହୋଇପାରିଛି ଜାହା ଏତେ ବର୍ଷ ହେବ ସମ୍ବବ ହୋଇପାରିନଥିଲା । ମୋଦି ସରକାରଙ୍କ ପଦକ୍ଷେପ କାରଣରୁ ଜମ୍ମୁ କାଶ୍ମୀରରେ ଗ୍ରାମ ପଞ୍ଚାୟତ, ଜିଲ୍ଲା ପଞ୍ଚାୟତର ନିର୍ବାଚିତ ପ୍ରତିନିଧୀଙ୍କୁ ଶାସନ କ୍ଷମତା ମିଳିଛି ।
ଆର୍ଟିକିଲ ୩୭୦ ଉଚ୍ଚେଦ ପରେ ପୂର୍ବରୁ ୱୁବେଳେ ଶୁଣିବାକୁ ଦେଖିବାକୁ ମିଳୁଥିବା ପଥର ମାଡ ଆଜି କମ ହୋଇଛି ତା ସହିତ ପ୍ରତିଦିନ ଅନେକ ସୁରକ୍ଷା ବଳ କର୍ମୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଆଜି ଜମ୍ମୁ କାଶ୍ମୀର ସୁରକ୍ଷିତ ଏବଂ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଚିନ୍ତିତ ପଦକ୍ଷେପ ଯୋଗୁଁ ସମ୍ବବ ହୋଇଚି ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଏହି ଗସ୍ତ ଅବସରରେ ଗୃହମନ୍ତ୍ରୀ ଅମିତ ଶାହା ବସବାସ କରୁଥିବା ପାହାଡି ଅଧିବାସୀଙ୍କୁ ଅନୁସୂଚୀତ ଜନଜାତି ବା ଏସ୍ଟି ମାନ୍ୟତା ପ୍ରଦାନର ଘୋଷଣା କରିଛନ୍ତି । ଅକ୍ଟୋବର ୫ ତାରିଖରେ ଶାହ ଶ୍ରୀନଗର ରାଜଭବନରେ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ । ସେହିପରି ଶ୍ରୀନଗରରେ ବିଭିନ୍ନ ପ୍ରତିନିଧି ମଣ୍ଡଳୀ ସହିତ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।
ରାଜନୀତି ଖବର ଆହୁରି ପଢନ୍ତୁ ।