ପାକିସ୍ତାନ ସରକାର ବିଭିନ୍ନ ସମୟରେ ପିଓକେ ବାସିନ୍ଦାଙ୍କୁ ଅଣଦେଖା କରୁଥିବାବେଳେ ପୁଲିସ୍ ଓ ସେନା ସାହାଯ୍ୟରେ ଲୋକଙ୍କ ସ୍ବରକୁ ଦମନ କରିବାକୁ ଚେଷ୍ଟା କରି ଆସୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ସେଠାରେ ଅନ୍ଦୋଳନ ହେଉଛି । ଅନେକ ପିଓକେ ବାସିନ୍ଦା ପାକିସ୍ତାନରୁ ଅଲଗା ହୋଇ ଭାରତ ସହ ମିଶିବାକୁ ଚାହୁଁଥିବାର ଜଣାପଡ଼ିଛି ।
ପାକ୍ ଅଧିକୃତ କାଶ୍ମୀରରେ ପାକ୍ ବିରୋଧୀ ଆନ୍ଦୋଳନ

ଅର୍ଗସ ବ୍ୟୁରୋ : ପାକ୍ ଅଧିକୃତ କାଶ୍ମୀରରେ ପାକ୍ ବିରୋଧି ଆନ୍ଦୋଳନ । ପିଓକେର ମୁଜାଫରାବାଦରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫଙ୍କ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି । ପିଓକେ ବାସିନ୍ଦାଙ୍କୁ ଅପମାନିତ କରିଥିବାରୁ ସେଠାରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ରାସ୍ତାକୁ ଓହ୍ଲାଇ ସରିଫଙ୍କ ବିରୋଧରେ ସ୍ଲୋଗାନ୍ ଦେଇଛନ୍ତି ।
Download Argus News App
