ଜମ୍ମୁ-କଶ୍ମୀର: ପୁଣି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଜମ୍ମୁ-କଶ୍ମୀରର ସେପୋରେର ବତ୍ରଗାମ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରିରେ ଆତଙ୍କବାଦୀମାନେ ସୁରକ୍ଷା ବଳୟର ପେଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ଆକ୍ରମଣର କଡ଼ା ଜବାବ୍ ଦେବାକୁ ଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ଆତଙ୍କବାଦୀର ନିହତ ହୋଇଥିବା ଜଣାପଡ଼ିଛି । ଏହାଛଡ଼ା ସେହି ଅଞ୍ଜଳରୁ ଆତଙ୍କବାଦୀମାନେ ଛାଡ଼ି ଚାଲି ଯାଇଥିବା ବିପୁଳ ମାତ୍ରାର ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି ।
ଆତଙ୍କବାଦୀମାନେ ଏକ ଗ୍ରେନେଡ଼ ସେନା ଉପରେ ଆକ୍ରମଣ କରିବାକୁ ଯାଉଥିଲେ। ଏହାପରେ ପୁଲଓ୍ଵାମାରେ ଦକ୍ଷିଣ ତ୍ରାଳ ଟାଉନସିପର ମିଦୁରା ହେମଲେଟରେ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଏହାର କଡା ଜବାବ ଦେଇଥିଲେ ସୁରକ୍ଷାକର୍ମୀ ।

