ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀର ପ୍ରଶାସନ ଆଜି ପର୍ଯ୍ୟଟକଙ୍କ ଉପରେ ଦୁଇ ମାସ ଲାଗିଥିବା ପ୍ରତିବନ୍ଧକ ହଟାଇଛନ୍ତି । ଏନେଇ ଜାମ୍ମୁ କାଶ୍ମୀରରେ ଖୁସିର ମାହୋଲ ଖେଳିଯାଇଛି । ଏହି ପ୍ରତିବନ୍ଧକ ଧାରା 370 ଉଚ୍ଛେଦ ପରେ ପରେ ହିଁ ଲାଗୁ କରାଯାଇଥିଲା । ପ୍ରକାଶ କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ପର୍ଯ୍ୟଟଙ୍କୁ ସମସ୍ତ ପ୍ରକାର ଆବଶ୍ୟକତା ମିଳିବ । ସବୁ ପ୍ରକାର ସହଯୋଗ ମଧ୍ୟ ମିଳିବ ବୋଲି ଏହି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ଲୋକ ମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଦେଖାଯାଇଛି । ହୋଟେଲ ମାଲିକ, ଟ୍ୟାକ୍ସି ଚାଳକ, ସ୍ଥାନୀୟ ଦୋକାନ ମଧ୍ୟ ଏନେଇ ବହୁତ ଉିତ୍ସାହିତ ଅଛନ୍ତି ।
ସୂଚନାମୁତାବକ, ରାଜ୍ୟପାଳ ସତ୍ୟପାଳ ମଲିକ ସୋମବାର ଦିନ ରାଜ୍ୟର ପରିସ୍ଥିତିର ସମୀକ୍ଷା କରି ନିର୍ଦ୍ଦେଶନାମା ଫେରାଇ ନେବା ପାଇଁ ପରାମର୍ଶ ଦେଇଥିଲେ । 2 ଅଗଷ୍ଟ ରେ ରାଜ୍ୟର ଗୃହ ବିଭାଗ ତରପରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ନିର୍ଦ୍ଦେଶନାମା ଜାରି କରି ପର୍ଯ୍ୟଟକ ଏବଂ ଅମରନାଥ ଯାତ୍ରୀଙ୍କୁ ସାଙ୍ଗେ ସାଙ୍ଗେ ଘାଟିରୁ ଫେରିଯିବା ପାଇଁ କୁହାଯାଇଥିଲା । ତେବେ ବର୍ତ୍ତମାନ ରାଜଭବନରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା ସ୍ଥିତିର ସମୀକ୍ଷା ସମୟରେ କହିଥିଲେ ଯେ, ଗତ 6 ସପ୍ତାହ ଧରି ଘାଟିର ଅଧିକାଂଶ ଅଞ୍ଚଳରେ ପ୍ରତିବନ୍ଧକ ହଟା ଯାଇଛି ।
ଅର୍ଗସ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଅପହରଣ ଉଦ୍ୟମ ଫେଲ୍ । କମିଶନରେଟ ପୋଲିସର ବଡ଼ଗଡ଼ ଥାନାକୁ ବଡ଼ ସଫଳତା । ଦୁର୍ଘଟଣାକୁ କେନ୍ଦ୍ର କରି ଜଣେ ଡ୍ରାଇଭରଙ୍କୁ ଅପହରଣ କରୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ବଡ଼ଗଡ଼ ଥାନା ପୋଲିସ । ରବି ଟକିଜ ଛକ ନିକଟରେ ଏକ ପିକ ଅପ ଭ୍ୟାନ ସହ ଗୋଟିଏ ଡିଜେ ଗାଡିର ସାମାନ୍ୟ ଧକ୍କା ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାହାକୁ କେନ୍ଦ୍ର କରି ଡିଜେ ଗାଡି ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଏପରିକି ଜୋର ଜବରଦସ୍ତ ଡ୍ରାଇଭର ଜଣଙ୍କୁ ଲକ୍ଷାଧିକ ଟଙ୍କା ଦାବି କରି ଉଠାଇନେଇଥିଲେ । ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଅର୍ଗସ ବ୍ୟୁରୋ : ତେଲେଙ୍ଗାନା ଡିଣ୍ଡିଗୁଲ ବାୟୁସେନା ଏକାଡେମୀରେ ଟ୍ରେନିଂବେଳେ ଅଘଟଣ । ପାଇଲଟସ୍ ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଦୁଇ ଭାରତୀୟ ବାୟୁସେନା ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତ ପାଇଲଟଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଏବଂ ଜଣେ କ୍ୟାଡେଟ୍ ଥିବା ସୂଚନା ଦେଇଛନ୍ତି ଭାରତୀୟ ବାୟୁସେନା ଅଧିକାରୀ ।
ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି କି, ସକାଳ ୮.୫୫ ମିନିଟରେ ତେଲେଙ୍ଗାନାର ଡିଣ୍ଡିଗୁଲରେ ଏୟାରଫୋର୍ସ ଏକାଡେମୀର ପିଲାଟସ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି । ଖବର ମୁତାବକ, ତେଲେଙ୍ଗାନାର ଡିଣ୍ଡିଗୁଲ ସ୍ଥିତ ବାୟୁସେନା ଏକାଡେମୀରେ ଟ୍ରେନିଂ ବେଳେ ବିମାନ ପିସି-୭ ଏମକେ-୨ କ୍ରାସ୍ ହୋଇଛି । ଏଥିରେ ଦୁଇ ଜଣ ପାଇଲଟ ଥିଲେ । ଜଣେ ପ୍ରଶିକ୍ଷକ ଓ ଆଉ ଜଣେ କ୍ୟାଡେଟ୍ ସାମିଲ ଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ । ତଦନ୍ତ ଜାରି ରହିଥିବା ଭାରତୀୟ ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ରାଜନାଥ ସିଂ ଲେଖିଛନ୍ତି, ‘ହାଇଦ୍ରାବାଦ ପାଖରେ ହୋଇଥିବା ବିମାନ ଦୁର୍ଘଟଣା ବିଷୟରେ ଜାଣି ଅତନ୍ତ ଦୁଃଖିତ । ଏଥିରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ପ୍ରତି ମୋର ସମବେଦନା ।
ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡ଼ିଲା କଟକ ଏସସିବି ମେଡିକାଲର ଅବ୍ୟବସ୍ଥା । ଏସସିବି ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ ବନ୍ଦ । ଶବ ବ୍ୟବଚ୍ଛେଦ ଗୃହ ବାହାରେ ଓ ଭିତରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି । ଫଳରେ ସକାଳ ୯ ଠାରୁ ଆରମ୍ଭ ହେବାକୁ ଥିବା ଶବ ବ୍ୟବଚ୍ଛେଦ ବନ୍ଦ ହୋଇ ରହିଛି। ବାହାରେ ମୃତ ଶରୀରର ଗୁଡ଼ିକ ଶବବୁହା ଟ୍ରଲି ଉପରେ ପଡି ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏସସିବିରେ ପ୍ରତିଦିନ ୪୦ ୫୦ ଶବବ୍ୟବଚ୍ଛେଦ କରାଯାଇଥାଏ । ଏସସିବିରେ ଏହି ଅବ୍ୟବସ୍ଥା ଆଜିର ନୁହେଁ, ବାରମ୍ବାର ବାରମ୍ବାର ନର୍ଦ୍ଦମା ପୋଷ୍ଟମର୍ଟମ ଗୃହ ପଶିଥାଏ ବୋଲି ଅଭିଯୋଗ ହୋଇଛି । ଗତକାଲିଠୁ ପୋଷ୍ଟମର୍ଟମ ଗୃହରେ ଏପରି ବ୍ୟବସ୍ଥା ଦେଖାଯାଇଥିବା ସୂଚନା ରହିଛି ।