ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରର କଠୁଆରେ ଗୁରୁବାର ଦିନ ପୋଲିସ୍କୁ ଏକ ବଡ଼ ସଫଳତା ମିଳିଛି । ଅସ୍ତ୍ରଶସ୍ତ୍ର ଏବଂ ବିଶ୍ଫୋରକ ସାମଗ୍ରି ନେଇ ଯାଉଥିବା ଏକ ଟ୍ରକକୁ ପୋସିଲ୍ ଜବତ କରିଛି । ପୋଲିସ୍ର ଏକ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ଯେ, ଜବତ ହୋଇଥିବା ଟ୍ରକରୁ ମାରଣ ଅସ୍ତ୍ରସସ୍ତ୍ର ଯଥା 6ଟି ଏକେ-47 ରାଇଫଲ ସହ 3 ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ଏହି ଆତଙ୍କବାଦୀଙ୍କୁ ପଞ୍ଜାବ ଓ ଜମ୍ମୁ-କଶ୍ମୀରର ସୀମାନ୍ତ ଲଖନପୁର ନିକଟରେ ସୁରକ୍ଷାକର୍ମୀ ଗିରଫ କରିବାରେ ସକ୍ଷମ ହୋଇଛନ୍ତି।
SSP Kathua: A truck carrying arms and ammunition has been recovered in Kathua, more details are awaited. #JammuAndKashmir pic.twitter.com/zGghQu4xI8
— ANI (@ANI) September 12, 2019
ଧାରା 370 ହଟିଲା ପରେ ଆତଙ୍କୀ ସଙ୍ଗଠନ ଘାଟୀର ମାହୋଲ ଖରାପ କରିବା ପାଇଁ ବାରମ୍ବାର ପ୍ରୟାସ କରିଚାଲିଛନ୍ତି । ସୂଚନାଅନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ଜମ୍ମୁ-ପଠାନକୋଟ୍ ଜାତୀୟ ରାଜପଥରେ ଚେକିଂ ଚାଲିଥିଲା । ଏହି ସମୟରେ କଶ୍ମୀରରୁ ପଞ୍ଜାବର ବାମୟାଲ ଯାଉଥିବା ଏକ ଟ୍ରକ୍କୁ ସୁରକ୍ଷାକର୍ମୀମାନେ ଅଟକାଇଥିଲେ। ଚେକିଂ ବେଳେ ଟ୍ରକ୍ ମଧ୍ୟରୁ ୬ଟି ଏକେ-୪୭ ରାଇଫଲ ଜବତ ହୋଇଛି। ଏହାପରେ ଟ୍ରକ୍ରେ ଥିବା ୩ ଜଣଙ୍କୁ ପୁଲିସ୍ ଗିରଫ କରିଛି।
