୨୦୧୯ରୁ ଆରମ୍ଭ ହୋଇଛି ଏହି ଦିବସ ପାଳନ । ସେହି ହିସାବରେ ଚଳିତ ବର୍ଷ ପାଳିତ ହୋଇଛି ୫ମ ଜନ ଔଷଧୀ ଦିବସ । ଜନ ଔଷଧୀ-ଶସ୍ତା ବି, ଅଛି ବି’ ଏହି ସ୍ଲୋଗାନ୍ ସହ ଦେଶର ବିଭିନ୍ନ ସ୍ଥାନରେ ଦିବସ ପାଳନ କରାଯାଇଛି । ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଟ୍ବିଟ୍ କରି ଦେଶବାସୀଙ୍କୁ ଜନୌଷଧୀର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି ।
ବଜାର ଦର ଠାରୁ ୫୦ ରୁ ୯୦ ପ୍ରତିଶତ ଶସ୍ତା ଜନଔଷଧୀ କେନ୍ଦ୍ରରେ ମିଳୁଥିବା ଔଷଧ । ଦେଶରେ ପ୍ରାୟ ୧୨ ଲକ୍ଷ ନାଗରିକ ଜନଔଷଧିର ଲାଭ ଉଠାଉଛନ୍ତି । ଏହି ଅବସରରେ ଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଏବଂ ପିୟୂଷ ଗୋଏଲ୍ ।