ଅଧିକ ପଢନ୍ତୁ : ଦୁଇ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ
ଅଣ୍ଡରଗ୍ରାଉଣ୍ଡ ମୁମ୍ବାଇ ହାଇ ସ୍ପିଡ୍ ରେଳ ଷ୍ଟେସନର ଡିଜାଇନ୍, ନିର୍ମାଣ କାର୍ଯ୍ୟ ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି ଦୁଇ ଦେଶ । ଜାପାନ ସହ ୩ ହଜାର କୋଟି ଟଙ୍କାର MOU ସାଇନ୍ କରିଛି ଭାରତ । ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିସିଦା ୨ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ଏହି ଅବସରରେ ଏଭଳି ଡିଲ୍ ଫାଇନାଲ୍ ହୋଇଛି ।
ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ବୁଲେଟ୍ ଟ୍ରେନ୍ କରିଡରର ମହାରାଷ୍ଟ୍ର କ୍ଷେତ୍ରରେ ଏହା ପ୍ରଥମ ଚୁକ୍ତିନାମା । ଷ୍ଟେସନ କମ୍ପ୍ଲେକ୍ସର ସମୁଦାୟ କ୍ଷେତ୍ର ହେଉଛି 4.85 ହେକ୍ଟର ଏବଂ କାର୍ଯ୍ୟ ସମାପ୍ତ ପାଇଁ 54 ମାସ ସମୟ ଲାଗିପାରେ ବୋଲି ଆଶା କରାଯାଉଛି । ଷ୍ଟେସନରେ ଛଅଟି ପ୍ଲାଟଫର୍ମ ରହିବ ଏବଂ ପ୍ରତ୍ୟେକ ପ୍ଲାଟଫର୍ମର ଲମ୍ବ ପ୍ରାୟ 415 ମିଟର । ଯେଉଁଥିରେ 16-କୋଚ୍ ବିଷିଷ୍ଟ ବୁଲେଟ୍ ଟ୍ରେନ୍ ରହିବା ପାଇଁ ସକ୍ଷମ ।