ଅଧିକ ପଢନ୍ତୁ ଦେଶ ଖବର
ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ G-20 ଏବଂ ଜାପାନର ଅଧ୍ୟକ୍ଷତାରେ ହେବାକୁ ଥିବା G-7 ବୈଠକର ପ୍ରାଥମିକତାକୁ ନେଇ ଫୁମିଓ କିଶିଦା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଆଲୋଚନା ହେବ । ଜାପାନର ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ପହଂଚିବା ପରେ ରାଜଘାଟ ଠାରେ ମହାତ୍ମା ଗାନ୍ଧୀଙ୍କ ସମାଧୀରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ । ତେବେ କିଶିଦା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସହିତ ଏକ ଥିଙ୍କ ଟ୍ୟାଙ୍କ ଇଭେଣ୍ଟରେ ମଧ୍ୟ ଯୋଗଦେବାର କାଯ୍ୟକ୍ରମ ରହିଛି।