ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ପ୍ରଥମ ରାଷ୍ଟ୍ରାଧ୍ୟକ୍ଷ ଭାବେ ୨୦୨୨ରେ ଭାରତ ଗସ୍ତରେ ଆସିଛନ୍ତି । ତେବେ ଜାପାନ ପ୍ରଧାନମନ୍ତ୍ରୀ ଆଗାମୀ ୫ ବର୍ଷରେ ଭାରତରେ ୪୨ ଅରବ ଡଲାର ପୁଞ୍ଜି ନିବେଶ ଘୋଷଣା କରିପାରନ୍ତି । ଭାରତ ସହ ସୁରକ୍ଷା ଓ ଆର୍ଥିକ କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ଜାପାନ । ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ୨୦୧୪ରେ ଭାରତ ଗସ୍ତରେ ଆସିଥିଲେ । ସେତେବେଳେ ସିଞ୍ଜୋ ୩.୫ ଟ୍ରିଲିୟନ୍ ପୁଞ୍ଜି ନିବେଶ ଘୋଷଣା କରିଥିଲେ । ଭାରତରେ ଦ୍ରୁତ ସହରୀକରଣ ଓ ବୁଲେଟ୍ ଟ୍ରେନ୍ କ୍ଷେତ୍ରରେ ଜାପାନ ସହାୟତା ଯୋଗାଉଛି ।
ଏହା ପୂର୍ବରୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ୨୦୧୪ ଭାରତ ଗସ୍ତ ସମୟରେ ୫ ବର୍ଷ ମଧ୍ୟରେ ନିବେଶ ଓ ବିତ୍ତପୋଷଣ ବାବଦରେ ୩.୫ ଟ୍ରିଲିୟନ ୟେନର ଘୋଷଣା କରିଥିଲେ । ଜାପାନ ଲଗାତାର ଭାବେ ଭାରତରେ ସହର ଗୁଡ଼ିକର ବିକାଶ ଓ ନିଜର ବୁଲେଟ ଟ୍ରେନ ପ୍ରୋଜେକ୍ଟ ସହ ହାଇସ୍ପିଡ୍ ଟ୍ରେନ ଚଳାଚଳକୁ ଫୋକସ ଦେଉଛି । ଶନିବାର ଦୁଇ ପ୍ରଧାନମନ୍ତ୍ରୀ ୧୪ତମ ଭାରତ-ଜାପାନ ଶିଖର ବୈଠକରେ ସାମିଲ ହେବେ ।