ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଭାଗିଦାରୀ ଓ ବିଶ୍ୱ ଭାଗିଦାରୀ କ୍ଷେତ୍ରରେ ସହଯୋଗ ରହିଛି ବୋଲି ଶ୍ରୀ ବାଗ୍ଚି କହିଛନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱପକ୍ଷିୟ ସହଯୋଗକୁ ମଜବୁତ କରିବା ସହିତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ସ୍ଥାପନ ରେ ଭାଗିଦାରୀକୁ ନେଇ ଏହି ଶୀର୍ଷ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି
ଆଜି ଅନୁଷ୍ଠିତ ହେବ ଜାପାନ୍ ଚତୁର୍ଦ୍ଦଶ ଶିଖର ବୈଠକ

ନୂଆଦିଲ୍ଲୀ: ଆଜି ଭାରତ ଗସ୍ତରେ ଆସୁଛନ୍ତି ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଜାପାନ୍ ଚତୁର୍ଦ୍ଦଶ ଶିଖର ବୈଠକ ଆଜି ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଜାପାନ୍ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏହି ଶୀର୍ଷ ବୈଠକରେ ଯୋଗଦେବା ଲାଗି ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଶୀର୍ଷ ବୈଠକ ହେବ ।
Download Argus News App
