ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ 17 ଟି ସିଟ୍ ପାଇଁ 45.14 ପ୍ରତିଶତ ମତ ଦାନ କରାଯାଇଛି । ଏହି ତୃତୀୟ ପର୍ଯ୍ୟାୟରେ ଅଧିକରୁ ଅଧିକ ଆଦିବାସୀ ସହରୀ ଅଞ୍ଚଳରେ କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ କରାଯାଇଥିଲା । 17 ଟି ଆସନ ପାଇଁ 56 ଲକ୍ଷରୁ ଅଧିକ ମତଦାତା 309 ପାର୍ଥିଙ୍କ ଭାଗ୍ୟର ନିଷ୍ପତ୍ତି କରିବେ । ମୁଖ୍ୟ ନିର୍ବାଚନ କମିଶନର ବିନୟ କୁମାର ଚୌବେ କହିଛନ୍ତି ଯେ, 17 ଟି ସିଟ୍ରେ ଅପରାହ୍ନ ଗୋଟିଏରେ 45.14 ପ୍ରତିଶତ ମତଦାନ ହୋଇଛି । କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ସେହିପରି ରାଞ୍ଚିର ଏକ ଭୋଟ କେନ୍ଦ୍ରରେ ମହେନ୍ଦ୍ ସିଂହ ଧୋନି ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।
Jharkhand: Mahendra Singh Dhoni leaves after casting his vote at a polling station in Ranchi. #JharkhandAssemblyPolls pic.twitter.com/V8UXJbXn6s
— ANI (@ANI) December 12, 2019
ଅର୍ଗସ ବ୍ୟୁରୋ : ବିଏସଏଫ୍ ପ୍ରତିଷ୍ଠା ଦିବସ ଅବସରରେ ବିଏସଏଫ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ଭୁବନେଶ୍ୱର ଏମ୍ସ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଏସ୍ଏଫ୍ ଆଇଜି ଧନେଶ୍ୱର କୁମାର ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ୧୦୦ଜଣ ଯବାନ ସାମିଲ ହୋଇଥିଲେ । ଏହାସହ ବିଏସ୍ଏଫ୍ ଆଇଜି ମଧ୍ୟ ନିଜେ ରକ୍ତଦାନ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ। ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ କ୍ୟାମେରା ଟ୍ରାପରେ କଏଦ ହେଲା କଳା ରଙ୍ଗର ବାଘ।
On going camera trap tiger census in Odisha is throwing up some exciting & unexpected presence of wild fauna in our state. pic.twitter.com/zRGnh9tcIv — Susanta Nanda (@susantananda3) November 29, 2023
ଏନେଇ ଟିଇଟ୍ କରି ସୂଚନା ଦେଲା ପିସିସିଏଫ୍। କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଧିଷ୍ଟ ଜଙ୍ଗଲରେ ଦେଖାଯାଇଥିବା କହିଲେ ପିସିସିଏଫ୍ । ପୂର୍ବରୁ ଶିମିଳିପାଳରେ କଳାଦାଗ ଥିବା ମହାବଳ ଦେଖିବାକୁ ମିଳିଥିଲା। ଏବେ ପୁଣି କଳା କଲରା ପତ୍ରିଆ ବାଘ ଦେଖା ଯାଇଛି। ପୂର୍ବରୁ କଳା ମହାବଳ ଦେଖା ଯାଇଥିଲା ଶିମିଳିପାଳରେ।