“ଟାଇମ୍ ୧୦୦ ନେକ୍ସଟ’ରେ ସାମିଲ ହେବାରେ ଆକାଶ ଅମ୍ବାନି ହେଉଛନ୍ତି ଏକମାତ୍ର ଭାରତୀୟ । ବିଶ୍ୱର ଉଦୀୟମାନ ତାରକା ଆକାଶଙ୍କ ବିଷୟରେ ଟାଇମ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ମାତ୍ର ୨୨ ବର୍ଷ ବୟସରେ ଆକାଶଙ୍କୁ ଜିଓର ବୋର୍ଡରେ ସ୍ଥାନ ମିଳିଥିଲା । ଚଳିତ ବର୍ଷ ଜୁନ ମାସ୍ରେ ତାଙ୍କୁ ବିଶ୍ୱର ସବୁଠୁ ବଡ଼ ଟେଲିକମ୍ କମ୍ପାନି ଜିଓର ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ୪୨ କୋଟି ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ ଥିବା କମ୍ପାନି ରିଲାଏନ୍ସ ଜିଓକୁ ସମ୍ଭାଳିବାର ଗୁରୁ ଦାୟିତ୍ୱ ଏବେ ଏହାର ଅଧ୍ୟକ୍ଷ ଆକାଶ ଅମ୍ବାନିଙ୍କ ଉପରେ ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓର ୫ଜି ସେବାର କାର୍ଯ୍ୟକାରିତା ଆକାଶ ଅମ୍ବାନିଙ୍କ ନେତୃତ୍ୱରେ ହେଉଛି । ଦୀପାବଳି ସୁଦ୍ଧା ଦିଲ୍ଲୀ, ମୁମ୍ବାଇ ଓ ଅନ୍ୟ କେତେକ ମେଟ୍ରୋ ସହରରେ ୫ଜି ସେବା ଆରମ୍ଭ କରିବା ଲାଗି ଜିଓ ଯୋଜନା ରଖିଛି । ଜିଓ ଏକମାତ୍ର ଟେଳିକମ୍ କମ୍ପାନି ଯାହା ୭୦୦ ମେଗାହର୍ଜ ବ୍ୟାଣ୍ଡ୍ରେ ସ୍ପେକ୍ଟ୍ରମ କିଣିଛି, ଯାହା ହେଉଛି ଏକମାତ୍ର ବ୍ୟାଣ୍ଡ୍ ଯେଉଁଥିରେ ବାସ୍ତବ ୫ଜି ସେବା ମିଳିପାରିବ । ଆମେରିକା ଓ ୟୁରୋପରେ ୭୦୦ ମେଗାହର୍ଜ ବ୍ୟାଣ୍ଡ୍କୁ ପ୍ରିମିୟମ୍ ବ୍ୟାଣ୍ଡ୍ ଭାବେ ବିଚାର କରାଯାଉଛି । ଏହି ଦୃଷ୍ଟିରୁ ୫ଜି କ୍ଷେତ୍ରରେ ଅନ୍ୟ କମ୍ପାନିଗୁଡ଼ିକ ତୁଳନାରେ ଜିଓ ଆଗରେ ରହିଛି ।