ଅଧିକ ପଢନ୍ତୁ : ଜିଓ ପକ୍ଷରୁ ଓଡ଼ିଶାର ରାୟଗଡ଼ା ଓ ବ୍ୟାସନଗରରେ ଟ୍ରୁ-୫ଜିର ଶୁଭାରମ୍ଭ
ଏହି ପ୍ଲାନ୍ରେ ଗ୍ରାହକମାନେ ୨୪ ଘଂଟା ନିରବଚ୍ଛିନ୍ନ ଇଂଟରନେଟ୍ ସଂଯୋଗ ପାଇପାରିବେ । ସଂଯୋଗ ପହଂଚିନଥିବା ଘରଗୁଡ଼ିକୁ ଏହି ପ୍ଲାନ୍ ଜରିଆରେ ପାଠପଢ଼ା, କାର୍ଯ୍ୟ, ମନୋରଂଜନ ଆଦିକୁ ନେଇ ବାଧାମୁକ୍ତ ଅନୁଭୂତି ପାଇପାରିବେ ।
ଏହି ପ୍ଲାନ୍ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଭାରତର ସର୍ବବୃହତ ଗୃହ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ଜିଓରେ ଆମେ ଏହା ଭଲ ଭାବେ ବୁଝୁଛୁ ଯେ ଗ୍ରାହକମାନେ ଘରେ ଚବିଶ ଘଂଟା ଭରସାଯୋଗ୍ୟ ବ୍ରଡବ୍ୟାଣ୍ଡ୍ ଚାହୁଛନ୍ତି । ଜିଓଫାଇବର୍ ବ୍ୟାକଅପ୍ ପ୍ଲାନ୍ ଜରିଆରେ ଆମେ ସେମାନଙ୍କ ଘରେ ବିକଳ୍ପ ଭରସାଯୋଗ୍ୟ ବ୍ରଡବ୍ୟାଣ୍ଡ୍ ସଂଯୋଗ ପହଂଚାଇବାକୁ ଚାହୁଛୁ । ବ୍ୟାକ୍ ଅପ୍ କନେକ୍ସନର ଏହି ନୂଆ ଚିନ୍ତାଧାରା ଘରଗୁଡ଼ିକୁ ସୁଲଭ ମୂଲ୍ୟରେ ନିଶ୍ଚିତ ଡାଟା ଯୋଗାଣର ଏକ ବିକଳ୍ପ ବ୍ରଡବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରୁଛି । ଏହି ସଂଯୋଗର ଉଲ୍ଲେଖନୀୟ ଲାଭଗୁଡ଼ିକୁ ଜାଣିବା ପରେ ଗ୍ରାହକମାନେ ଇଚ୍ଛାକଲେ ନିରବଚ୍ଛିନ୍ନ ଭାବେ ହାଇ ସ୍ପିଡ୍କୁ ଅପଗ୍ରେଡ୍ ହୋଇପାରିବେ ।’’
ଅଧିକ ପଢନ୍ତୁ: ଏକ ମାସ ମାଗଣା ଟ୍ରାଏଲ୍ ସୁବିଧା ସହ ରିଲାଏନ୍ସ ଜିଓର ନୂଆ ପ୍ଲାନ୍
ଜିଓର ନୂଆ ବ୍ରଡବ୍ୟାଣ୍ଡ୍ ବ୍ୟାକ୍ ଅପ୍ ପ୍ଲାନ୍ରେ ଗ୍ରାହକମାନେ ଅସୀମିତ ଲ୍ୟାଣ୍ଡଲାଇନ୍ ଭଏସ୍ କଲ୍ କରିପାରିବେ । ଗୋଟିଏ କ୍ଲିକ୍ରେ ୨୧ ଟଙ୍କାରେ ଗୋଟିଏ ଦିନ, ୩୧ ଟଙ୍କାରେ ୨ ଦିନ ଓ ୧୦୧ ଟଙ୍କାରେ ୭ ଦିନ ପାଇଁ ୩୦ ଏମବିପିଏସ୍ ସ୍ପିଡକୁ ଅପଗ୍ରେଡ୍ କରିପାରିବେ । ସେହିପରି ୩୨ ଟଙ୍କାରେ ଗୋଟିଏ ଦିନ, ୫୨ ଟଙ୍କାରେ ଦୁଇ ଦିନ ଓ ୧୫୨ ଟଙ୍କାରେ ୭ ଦିନ ପାଇଁ ଇଂଟରନେଟ୍ ସ୍ପିଡ୍କୁ ୧୦୦ ଏମବିପିଏସ୍କୁ ବଢ଼ାଇପାରିବେ । ମାସିକ ମାତ୍ର ୧୦୦ କିମ୍ବା ୨୦୦ ଟଙ୍କା ଅତିରିକ୍ତ ଦେଇ ଅସୀମିତ ମନୋରଂଜନ ହାସଲ କରିହେବ । ଜିଓ ସିନେମା ସହ ଏକାଧିକ କ୍ୟାମେରା ଆଙ୍ଗଲ୍ରୁ ଆଇପିଏଲ୍, ୫୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍, ୧୪ ଓଟିଟି ଆପ୍, ୟୁଟ୍ୟୁବ୍, ଗେମିଂ ଓ ଶତାଧିକ ଆପ୍ଲିକେସନ ଦେଖିହେବ ।
ବ୍ୟାକଅପ୍ ପ୍ଲାନର ମୂଲ୍ୟ ହେଉଛି ୧୪୯୦ ଟଙ୍କା (୫ ମାସର ସେବା ପାଇଁ ୯୯୦ ଟଙ୍କା ଓ ଇନଷ୍ଟଲେସନ୍ ଚାର୍ଜ ୫୦୦ ଟଙ୍କା) । ମନୋରଂଜନ ଅପଗ୍ରେଡ୍ ୫୦୦ କିମ୍ବା ୧୦୦୦ ଟଙ୍କା (୫ ମାସ ପାଇଁ ମାସିକ ୧୦୦/୨୦୦ ଟଙ୍କା) । ନୂଆ ଜିଓ ଫାଇବର ବ୍ୟାକ୍ ଅପ୍ ସଂଯୋଗ ୨୦୨୩ ମାର୍ଚ୍ଚ ୩୦ରୁ ଉପଲବ୍ଧ ହେବ । ଗ୍ରାହକମାନେ ଯେକୌଣସି ଜିଓ ରିଟେଲର ଓ ପାର୍ଟନରଙ୍କ ଜରିଆରେ ମାତ୍ର ୯୯ ଟଙ୍କା ଦେଇ ଏହି ପ୍ଲାନକୁ ବୁକ୍ କରିପାରିବେ । ୬୦୦୦୮ ୬୦୦୦୮କୁ କଲ୍ କରି କିମ୍ବା jio.com/fiber ରେ ଲଗ୍ ଇନ୍ କରି ଏହାର ବୁକିଂ କରାଯାଇପାରିବ ।