ଅଧିକ ପଢନ୍ତୁ ଭାରତ ଖବର
ଓପନ୍ ସିଗନାଲ ରିପୋର୍ଟରେ ୫ଜି ଡାଉନଲୋଡ୍ ସ୍ପିଡରେ ମଧ୍ୟ ରିଲାଏନ୍ସ ଜିଓ ପ୍ରଥମ ସ୍ଥାନରେ ରହିଛି । ଏୟାରଟେଲ ତୁଳନାରେ ଜିଓର ୫ଜି ଡାଉନଲୋଡ୍ ସ୍ପିଡ୍ ୨୫.୫ ପ୍ରତିଶତ ଅଧିକ ରହିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୩୪୪.୫ ଏମବିପିଏସ୍ ରହିଥିବା ବେଳେ ଏୟାରଟେଲ୍ ୨୭୪.୫ ଏମବିପିଏସ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଭୋଡାଫୋନ ଆଇଡିଆ ବର୍ତ୍ତମାନ ୫ଜି ସେବା ପ୍ରଦାନ କରୁନାହିଁ । ଆଇସିସି ବିଶ୍ୱକପ୍ ୨୦୨୩ର ମ୍ୟାଚ୍ଗୁଡ଼ିକ ଦେଶର ୧୦ଟି ଷ୍ଟାଡିୟମରେ ଖେଳାଯିବ । ଏଥିରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଭଳି ନୂଆ ଷ୍ଟାଡିୟମଠାରୁ ଆରମ୍ଭ କରି କୋଲକାତାର ଇଡେନ ଗାର୍ଡେନ ଭଳି ଐତିହାସିକ ଷ୍ଟାଡିୟମ ରହିଛି । ଏହାବ୍ୟତୀତ ଦିଲ୍ଲୀ, ମୁମ୍ବାଇ, ପୁନେ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ଲକ୍ଷ୍ନୌ ଓ ଧର୍ମଶାଳାର କ୍ରିକେଟ ଷ୍ଟାଡିୟମରେ ମଧ୍ୟ ମ୍ୟାଚ୍ଗୁଡ଼ିକ ଖେଳାଯିବ ।
ଅପଲୋଡ୍ ସ୍ପିଡ୍ ଦୃଷ୍ଟିରୁ କ୍ରିକେଟ ଷ୍ଟାଡିୟମରେ କମ୍ପାନୀଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏୟାରଟେଲର ହାରାହାରି ଅପଲୋଡ୍ ସ୍ପିଡ୍ ୬.୬ ଏମବିପିଏସ୍ ଏବଂ ଜିଓର ୬.୩ ଏମବିପିଏସ୍ ରହିଛି । ଭୋଡାଫୋନ ଆଇଡିଆ ୫.୮ ଏମବିପିଏସ ସହ ତୃତୀୟ ସ୍ଥାନରେ ରହିଛି । ସେହିଭଳି ହାରାହାରି ୫ଜି ଅପଲୋଡ୍ କ୍ଷେତ୍ରରେ ଏୟାରଟେଲର ସ୍ପିଡ୍ ୨୬.୩ ଏମବିପିଏସ୍ ଏବଂ ରିଲାଏନ୍ସ ଜିଓର ସ୍ପିଡ୍ ୨୧.୬ ଏମବିପିଏସ୍ ରହିଛି ।
ଓପନ୍ ସିଗନାଲ୍ ମଧ୍ୟ ଆଇସିସି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଥିବା ଷ୍ଟାଡିୟମଗୁଡିକ ଭିତରେ ଏବଂ ବାହାରେ ୫ଜି ସଂଯୋଗର ଉପଲବ୍ଧତା ଯାଞ୍ଚ କରିଥିଲା । ନେଟୱାର୍କ ଉପଲବ୍ଧତା ୫ଜି ନେଟୱାର୍କରେ ଉପଭୋକ୍ତାଙ୍କ ଦ୍ୱାରା ବ୍ୟୟ କରାଯାଇଥିବା ସମୟରୁ ଜଣାପଡ଼ିଥାଏ । ରିପୋର୍ଟ ଅନୁଯାୟୀ, ବିଶ୍ୱକପ୍ ଷ୍ଟାଡିୟମରେ ୫ଜି ଉପଲବ୍ଧତା କ୍ଷେତ୍ରରେ ଜିଓ ଶୀର୍ଷରେ ରହିଛି । ଜିଓର ଗ୍ରାହକମାନେ ୫ଜି ନେଟୱାର୍କ ସହ ୫୩%ରୁ ଅଧିକ ସମୟ ଯୋଡ଼ି ହୋଇରହିଥିଲେ । ଏୟାରଟେଲ ଗ୍ରାହକମାନେ ମାତ୍ର ୨୦.୭% ସମୟ ୫ଜି ନେଟୱାର୍କକୁ ସଂଯୋଗ କରିପାରିଥିଲେ । ସେହି ଅନୁଯାୟୀ ଜିଓର ୫ଜି ନେଟୱାର୍କର ଉପଲବ୍ଧତା ଏୟାରଟେଲ ତୁଳନାରେ ୨.୬ ଗୁଣ ଅଧିକ ଥିବା ଜଣାପଡ଼ିଛି ।