ଲୋ ଲାଟେନ୍ସି ସହ ଟ୍ରୁ-୫ଜି ପ୍ରଯୁକ୍ତି କେବଳ ପୁରୁଣା ପ୍ରଯୁକ୍ତିରେ ଉନ୍ନତି ଆଣିବ ନାହିଁ ବରଂ ରୋବୋଟିକ୍ସ ଭିତିକ ଚିକିତ୍ସା/ ଅସ୍ତ୍ରୋପଚାର, ରିମୋଟ-ଆଇସିୟୁ, ଆଇସିୟୁ-ଆମ୍ବୁଲାନ୍ସ, ଗୋଷ୍ଠୀ କ୍ଲିନିକ୍ ଭଳି ସ୍ୱାସ୍ଥ୍ୟ ସେବାର ବହୁ କ୍ଷେତ୍ରରେ ନୂତନ ଧାରା ସୃଷ୍ଟି କରିବ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ଦିଗରେ ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ମାଇଲଖୁଂଟ ସାବ୍ୟସ୍ତ ହେବ ।
ସୂଚନାଯୋଗ୍ୟ ଯେ, ଜିଓ ପକ୍ଷରୁ ଦ୍ରୁତ ଗତିରେ ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି । ଏହା ହେଉଛି ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍ୱର୍କ । ଟ୍ରୁ-୫ଜି ନେଟ୍ୱର୍କର ବହୁ ବିଶେଷ ଗୁଣ ମଧ୍ୟରେ ରହିଛି ଷ୍ଟାଣ୍ଡ୍-ଏଲୋନ୍ ୫ଜି ଆର୍କିଟେକ୍ଚର ନେଟ୍ୱର୍କ ଯାହା ୪ଜି ନେଟ୍ୱର୍କ ଉପରେ ନିର୍ଭରଶୀଳ ନୁହେଁ । ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍ରେ ୫ଜି ସ୍ପେକ୍ଟ୍ରମ୍ର ସବୁଠୁ ବଡ଼ ଏବଂ ଉନ୍ନତ ମିଶ୍ରଣ ଜିଓ ପାଖରେ ରହିଛି । କ୍ୟାରିୟର ଏଗ୍ରିଗେସନ ପଦ୍ଧତିକୁ ବ୍ୟବହାର କରି ଜିଓ ପକ୍ଷରୁ ଏହି ୫ଜି ଫ୍ରିକ୍ୱେନ୍ସିର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରାଯାଇଛି ।
ଟେକ୍ନୋଲୋଜି ଖବର ଆହୁରି ପଢ଼ନ୍ତୁ ।