ଅଧିକ ଭାରତ ନ୍ୟୁଜ ପଢନ୍ତୁ
ଯେଉଁ ଗ୍ରାହକମାନେ ଅଧିକ ଡାଟା ବ୍ୟବହାର କରୁଛନ୍ତି ସେମାନେ ପ୍ରତି ମାସରେ ୧୦୦ ଜିବି ଡାଟା ପ୍ଲାନ୍ ମଧ୍ୟ ନେଇପାରିବେ । ଏହି ପ୍ଲାନ୍ରେ ପ୍ରଥମ କନେକ୍ସନ ଲାଗି ୬୯୯ ଟଙ୍କା ଦେବାକୁ ପଡ଼ିବ ଏବଂ ଅନ୍ୟ ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ମୋଟ ୩ଟି ଅତିରିକ୍ତ କନେକ୍ସନ ନିଆଯାଇପାରିବ । ଏହି ଅବସରରେ ଜିଓ ପକ୍ଷରୁ କିଛି ବ୍ୟକ୍ତିଗତ ପ୍ଲାନ୍ର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏଥି ମଧ୍ୟରେ ରହିଛି ୨୯୯ ଟଙ୍କିଆ ୩୦ ଜିବି ପ୍ଲାନ୍ ଏବଂ ଅସୀମିତ ଡାଟା ପ୍ଲାନ୍ ଯେଉଁଥିପାଇଁ ଗ୍ରାହକଙ୍କୁ ମାସିକ ୫୯୯ ଟଙ୍କା ଦେବାକୁ ପଡ଼ିବ ।
ଫାମିଲି ପ୍ଲାନ୍ “ଜିଓ ପ୍ଲସ୍’ ସହିତ କଂପାନି ପକ୍ଷରୁ ଜିଓ ଟ୍ରୁ ୫ଜି ୱେଲ୍କମ୍ ଅଫରରେ ଅସୀମିତ ୫ଜି ଡାଟା ପ୍ରଦାନ କରାଯାଉଛି ଯାହାକୁ ସାରା ପରିବାର ବ୍ୟବହାର କରିପାରିବେ । ଏଥିରେ ଡାଟାର କୌଣସି ଦୈନିକ ସୀମା ନିର୍ଧାରଣ କରାଯାଇନାହିଁ । ଏହାର ଅର୍ଥ ହେଉଛି ଯେତେ ଚାହିଁବେ ସେତେ ଡାଟା ବ୍ୟବହାର କରିପାରିବେ । ଏକକ ବିଲିଂ, ଡାଟା ସେୟାରିଂ ଏବଂ ନେଟ୍ଫ୍ଲିକ୍ସ, ଆମାଜନ, ଜିଓ ଟିଭି ଓ ଜିଓ ସିନେମା ଭଳି ମନୋରଞ୍ଜନକାରୀ ପ୍ରିମିୟମ୍ କଂଟେଟ୍ ଆପ୍ ବି ମିଳିବ ।
ଜିଓ ଫାଇବର ବ୍ୟବହାରକାରୀ, କର୍ପୋରେଟ୍ କର୍ମଚାରୀ, ଅନ୍ୟ ଟେଲିକମ୍ ଅପରେଟରଙ୍କ ପୋଷ୍ଟ୍ପେଡ୍ ଗ୍ରାହକଙ୍କ ସମେତ ଆକ୍ସିସ୍ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ ଓ ଏସ୍ବିଆଇର କ୍ରେଡିଟ୍ କାର୍ଡ ଗ୍ରାହକମାନଙ୍କୁ କୌଣସି ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ପଡ଼ିବ ନାହିଁ ।
ଏହି ଅବସରରେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଜିଓ ପ୍ଲସ୍ ଶୁଭାରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ପୋଷ୍ଟ୍ପେଡ୍ ବ୍ୟବହାରକାରୀମାନଙ୍କୁ ନୂଆ ଲାଭ ଓ ଅନୁଭବ ପ୍ରଦାନ କରିବା । ଜିଓ ଦେଶର ୩୩୧ ସହରରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ କରି ନିଜ ନେଟ୍ୱର୍କକୁ ଆହୁରି ସୁଦୃଢ଼ କରିପାରିଛି । ନିୟୁତାଧିକ ସନ୍ତୁଷ୍ଟ ପୋଷ୍ଟପେଡ୍ ଗ୍ରାହକଙ୍କ ସମେତ ୪୩ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇଆସୁଥିବା ଜିଓ ପାଇଁ ଏବେ ନିୟୁତାଧିକ ନୂଆ ପୋଷ୍ଟ୍ପେଡ୍ ଗ୍ରାହକଙ୍କୁ ସ୍ୱାଗତ କରିବାର ଉପଯୁକ୍ତ ସମୟ । ଅନ୍ୟ ସେବା ବ୍ୟବହାର କରୁଥିବା ବହୁ ପୋଷ୍ଟ୍ପେଡ୍ ବ୍ୟବହାରକାରୀ ସେବା ପ୍ରଦାନକାରୀ ବଦଳାଇବା ଲାଗି ସୁବିଧା ବାଟ ଖୋଜୁଛନ୍ତି । ଜିଓ ପ୍ଲସ୍ ପ୍ଲାନ୍ର ମାଗଣା ଟ୍ରାଏଲ୍ରେ ସେମାନଙ୍କୁ ନିଜ ସମସ୍ୟାର ସମାଧାନ ମିଳିଯିବ ।
ଜିଓ ପ୍ଲସ୍ରେ ଉତମ ଗୁଣବତା ସାଙ୍ଗକୁ ରହିଛି ଟ୍ରୁ ୫ଜି ପରିଚାଳିତ ଅସୀମିତ ସଂଯୋଗ, ପ୍ରିମିୟମ୍ ଏଂଟରଟେନ୍ମେଂଟ୍, ଲାଭ ଆଦାନପ୍ରଦାନ କରାଯାଇପାରୁଥିବା ଫାମିଲି ପ୍ଲାନ୍, ସୁଲଭ ଆନ୍ତର୍ଜାତିକ ରୋମିଂ ସୁବିଧା, ଅତ୍ୟାଧୁନିକ ଫିଚର ଏବଂ ସବୁଠାରୁ ଭଲ ଗ୍ରାହକ ଅନୁଭୂତି । ଆମେ ଏକ ସର୍ବୋତ୍କୃଷ୍ଟ ଗ୍ରାହକ ଅନୁଭୂତି ପ୍ରସ୍ତୁତ କରିବା ପ୍ରଚେଷ୍ଟା କରିଛୁ ଏବଂ ଆଶା କରୁଛୁ ଭାରତର ପ୍ରତ୍ୟେକ ପୋଷ୍ଟ୍ପେଡ୍ ଗ୍ରାହକ ଏହାର ଲାଭ ନେବେ ।’’
ଜିଓ ପ୍ଲସ୍ ନୂଆ ପୋଷ୍ଟ୍ପେଡ୍ ଫାମିଲି ପ୍ଲାନ୍ଗୁଡ଼ିକ ୨୨ ମାର୍ଚ୍ଚ ୨୦୨୩ଠାରୁ ସମସ୍ତ ଜିଓ ଷ୍ଟୋର୍ ଏବଂ ହୋମ୍ ଡେଲିଭରି ବିକଳ୍ପରେ ଉପଲବ୍ଧ ହେବ । ଜିଓ ପକ୍ଷରୁ କୁହାଯାଇଛି ଯେ ଯଦି ମାଗଣା ଟ୍ରାଏଲ୍ ସେବା ଲାଭ କରିବା ପରେ କୌଣସି ଗ୍ରାହକ ସେବା ଓ ସୁବିଧାଗୁଡ଼ିକରେ ସନ୍ତୁଷ୍ଟ ନହୁଅନ୍ତି ତେବେ ସେ ନିଜ କନେକ୍ସନକୁ ବାତିଲ କରିପାରିବେ ଏବଂ ତାଙ୍କୁ ସେଥିପାଇଁ କୌଣସି ପ୍ରଶ୍ନ କରାଯିବ ନାହିଁ ।