ଏହି ପ୍ରଯୁକ୍ତିର ବିକାଶ ଲାଗି ଷ୍ଟାର୍ଟଅପ୍ ଓ ଘରୋଇ କ୍ଷେତ୍ର ସହଯୋଗିତାର ଆବଶ୍ୟକତା ଥିବା ସେ କହିଛନ୍ତି। ଆସନ୍ତା ୨୦୩୦ ସୁଦ୍ଧା ୫୦% ବିଦ୍ୟୁତ ଶକ୍ତିକୁ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ହାସଲ କରିବାକୁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି । ଆଣବିକ ଶକ୍ତି ଦ୍ବାରା ବାୟୁରେ କାର୍ବନ ପରିମାଣ ହ୍ରାସ କରାଯାଇପାରିବ। ସାରା ବିଶ୍ବରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ।
ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଶ୍ବରେ ଚତୁର୍ଥ ସ୍ଥାନରେ ଭାରତ

ଅର୍ଗସ ବ୍ୟୁରୋ : ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି ଭାରତ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ଚୀନ୍ ପ୍ରଥମ, ୟୁରୋପୀୟ ସଂଘ ଦ୍ବିତୀୟ ଏବଂ ଆମେରିକା ତୃତୀୟ ସ୍ଥାନରେ ଥିବା ବେଳେ ଭାରତ ସ୍ବଚ୍ଛ ଶକ୍ତି ଉତ୍ପାଦନ ଲାଗି କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ବିକାଶ କରିବାକୁ ଉଦ୍ୟମ ଆରମ୍ଭ କରିଛି।
Download Argus News App
