NVS-୦୧ର ସଫଳ ଉତ୍କ୍ଷେପଣ
ସୁରକ୍ଷାବଳ ଉପରେ ଗ୍ରେନେଡ ମାଡ଼: ୧୫ଗୁରୁତର
ଜାମ୍ମୁ କାଶ୍ମୀର: ଜାମ୍ମୁ କଶ୍ମୀରର ଶ୍ରୀନଗରରେ ଆତଙ୍କୀ ପୁଣି ସୁରକ୍ଷାବଳ ଉପରେ ଆକ୍ରମଣ କରିଛନ୍ତି । ଶ୍ରୀନଗରର ହରି ସିଂହ ଷ୍ଟ୍ରୀଟ୍ ଉପରେ ଆତଙ୍କୀମାନେ ଗ୍ରେନେଡ଼ ପକାଇଛନ୍ତି । ଯାହାଫଳରେ୧୫ ଜଣ ନାଗରୀକ ଗମ୍ଭୀର ଭାବେ ଗୁରୁତର ହୋଇଛନ୍ତି ।
ସୁରକ୍ଷାବଳ ଓ ପୋଲିସ୍ ଉକ୍ତ ଅଞ୍ଚଳରେ ଘେରାବନ୍ଦୀ କରି ଆତଙ୍କୀଙ୍କୁ ତଲାସ ଜାରୀ ରଖିଛନ୍ତି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆତଙ୍କୀମାନେ ସୋମବାର ଦିନ ଶ୍ରୀନଗରର ମୌଲାନା ମାର୍ଗ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି । ଆତଙ୍କୀମାନେ ଗତ 15 ଦିନ ମଧ୍ୟରେ ଦ୍ୱିତୀୟ ଥର ଏହି ଗ୍ରେନେଡ ମାଡ କରିଛନ୍ତି ।
Download Argus News App
