ଯେଉଁଠି କଳିଙ୍ଗଯୁଦ୍ଧର ପ୍ରସଙ୍ଗ ଉଠାଇ 22 ଶହ ବର୍ଷ ପୁରୁଣା ଘଟଣା ମାଧ୍ୟମରେ ଓଡ଼ିଶାର ବୀରତ୍ବର ବାଖ୍ୟା କରିଥିଲେ । ରାଜା ନଥିଲେ ବି କେମିତି ଯୁଦ୍ଧ ଲଢିଥିଲା ବୀର ଓଡ଼ିଆ ଜାତି ? ରାଜା ବଦଳରେ ନିର୍ବାଚିତ ଜନପ୍ରତିନିଧିଙ୍କ ସମୂହ ନେଉଥିଲା କି ନିଷ୍ପତ୍ତି ? ସେ ସମୟରୁ ଥିଲା କି ଓଡ଼ିଶାରେ ଗଣତନ୍ତ୍ରର ଏକ ସ୍ବତନ୍ତ୍ର ରୂପ ? କଳିଙ୍ଗଯୁଦ୍ଧ ସମୟର ଓଡିଶାର ନିର୍ଣ୍ଣୟ ପକ୍ରିୟା ଓ ସମାଜ ବ୍ୟବସ୍ଥା ଉପରେ ବଡ ଅନୁସନ୍ଧାନ ପାଇଁ ଧର୍ମେନ୍ଦ୍ର କରିଥିଲେ ଆହ୍ୱାନ ।
ପାଇକ ବିଦ୍ରୋହ ହେଉ ଅଥବା ଭୀମଭୋଇ ଏବଂ ମହିମା ଧର୍ମ ତଥା ଦେଶ ବିଦେଶରେ ଓଡିଆ ହସ୍ତତନ୍ତ ଓ ହସ୍ତକଳାର ଉପହାର ଓଡିଶାର ଅସ୍ମିତାକୁ ସବୁବେଳେ ଆଗକୁ ନେଇ ଚର୍ଚ୍ଚାରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେପଟେ ଜେଏନୟୁର ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳିଙ୍ଗଯୁଦ୍ଧକୁ ନେଇ ନିଜର ମତ ଉପସ୍ଥାପନ କରିବା ପରେ ଏହା ଉପରେ ଅଧିକରୁ ଅଧିକ ଗବେଷଣା ହେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ଗବେଷକ ।
ଆଜି ଜେଏନୟୁ କ୍ୟାମ୍ପସକୁ ଦେଶର ଜ୍ଞାନର କେନ୍ଦ୍ର ଭାବରେ ବର୍ଣ୍ଣନା କରି ପୃଥିବୀର ପୁରୁଣା ସଭ୍ୟତା ଭାରତ ନିଜର ଭୌତିକ ସମ୍ପଦ ପାଇଁ ନୁହେଁ ଜ୍ଞାନ ପାଇଁ ବିଶ୍ୱର ସ୍ୱୀକୃତି ପାଇଥିଲା ଜେଏନୟୁ କ୍ୟାମ୍ପସ ଭିନ୍ନମତ ଓ ବିତର୍କର କେନ୍ଦ୍ର ହେବାକୁ ସ୍ୱାଗତ କରିବା ସହ ଏହା ଭାରତୀୟ ଗଣତନ୍ତ୍ରର ଶକ୍ତି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।
ଆହୁରି ପଢନ୍ତୁ- JNUର ଗୁଣବତ୍ତା ସର୍ବଦା ପ୍ରଶଂସନୀୟ, ପରିବେଶ ଭିନ୍ନ : ଧର୍ମେନ୍ଦ୍ର ପ୍ରଧାନ