ନୂଆଦିଲ୍ଲୀ: ସବୁବେଳେ ଛାତ୍ର ଅଶାନ୍ତିକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ଜେଏନୟୁରେ ପୁଣି ହିଂସା ଦେଖିବାକୁ ମିଳିଛି । ଜେଏନୟୁରେ ଆତଙ୍କ ସୃଷ୍ଟି କରିଛନ୍ତି ବାମପନ୍ଥୀ ଗୁଣ୍ଡା। ୱାଇଫାଇକୁ ବନ୍ଦ କରିବା ସହ କ୍ୟାମ୍ପସ ଭିତରେ ଘଟାଇଛନ୍ତି ହିଂସା । ମୁଖାଧାରୀ ଗୁଣ୍ଡାମାନେ ଛାତ୍ରାବାସରେ ପଶି ପଥର ଫିଙ୍ଗିବା ସହ ପିଲାଙ୍କ ମୁଣ୍ଡ ଫଟାଇଦେଇଛନ୍ତି । ଆଉ ଏସବୁ ଚାଲିଥିଲା 2017 ଜେଏନୟୁ ଛାତ୍ର ସଂସଦ ସଭାପତିଙ୍କ ଇସାରାରେ । ଏନେଇ ଏବିଭିପି ପକ୍ଷରୁ ଟ୍ୱିଟ କରାଯିବା ସହ ଏକ ଭିଡ଼ିଓ ଜାରି କରାଯାଇଛି ।
Is there any doubt ‘left’ as to who is creating ruckus in JNU? The tactic to attack students and blame it on ABVP has once again been exposed! #LeftAttacksJNU https://t.co/F88y3Cpp9X
— ABVP (@ABVPVoice) January 6, 2020
କ୍ୟାମ୍ପସ ଭିତରେ 50 ଜଣ ମୁଖାଧାରୀ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଥିରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଆହତ ହୋଇଛନ୍ତି । ଗତକାଲି ସନ୍ଧ୍ୟାବେଳେ ଜେଏନୟୁ ଶିକ୍ଷକ ସଂଘର ବୈଠକ ଚାଲିଥିବାବେଳେ ହଠାତ୍ କ୍ୟାମ୍ପସ ଭିତରକୁ ଦୁର୍ବୃତ୍ତମାନ ପଶି ଆସି ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ 25 ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଦିଲ୍ଲୀ ଏମସ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଘଟଣାରେ ପଶ୍ଚିମାଞ୍ଚଳ ଯୁଗ୍ମ କମିଶନରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଜେଏନୟୁରେ ହୋଇଥିବା ହିଂସାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି । ବିଭିନ୍ନ ସ୍ଥାନରେ କଲେଜର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜେଏନୟୁ କ୍ୟାମ୍ପସ ଓ ପୋଲିସ ମୁଖ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଏଥିପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଉଛି। ଏଥିସହିତ କ୍ୟମ୍ପସରେ 144 ଧାରା ଜାରି କରାଯାଇଛି । ଅନ୍ୟପକ୍ଷରେ ଘଟଣାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିନ୍ଦା କରିଛନ୍ତି । ବାମପନ୍ଥୀ ଛାତ୍ରମାନେ ଜେଏନୟୁରେ ଆକ୍ରମଣ କରିଥିବା ବରିଷ୍ଠ ବିଜେପି ନେତା ଗିରିଜା ସିଂ କହିଛନ୍ତି । ସେପଟେ କଂଗ୍ରେସ ନେତା କପିଲ ଶିବଲ ଘଟଣା ପାଇଁ କୁଳପତି, ପୋଲିସ ଦାୟୀ କରିଛନ୍ତି । ଏଥିପାଇଁ ସେ କୁଳପତିଙ୍କ ବରଖାସ୍ତ ଦାବି ମଧ୍ୟ କରିଛନ୍ତି ।

