ଏହି ସିନେମା ପ୍ରସ୍ତୁତ କରିଥିବା ପ୍ରଯୋଜକ ଓ ନିର୍ଦେଶକ ଉଭୟ ଓଡ଼ିଆ ହୋଇଥିବା ବେଳେ କଟକ ଭୁବନେଶ୍ୱର ସମେତ ସାରା ଭାରତରେ ଏହି ସିନେମାଟିକୁ ରିଲିଜ କରାଯାଛଛି । ୟୁରୋପ, ଆମେରିକା, କାନାଡା, ମାଦ୍ରିଦ୍, ବୋଷ୍ଟନ୍, ଶ୍ରୀଲଙ୍କା, ହ୍ୟୁଷ୍ଟନ୍, ଲସ୍ ଆଞ୍ଜେଲସ୍,ଢାକା ଏବଂ ଆହୁରି ଅନେକ ସ୍ଥାନରେ ଏହା ଅନେକ ବର୍ଗରେ ପ୍ରାୟ ୧୭ -୧୮ ପୁରସ୍କାର ଗ୍ରହଣ କରିଥିଲା । ଏହା ଆଜି ୬ ଟି ସହରରେ ରିଲିଜ ହେଉଥୁବା ବେଳେ ଓଡ଼ିଆ ଅଭିନେତା ଦେବାଶିଷ ଏଥିରେ ଅଭିନୟ କରିଛନ୍ତି ।
ଏହି ଫିଲ୍ମରେ ଓଡ଼ିଆ ଅଭିନେତା ଦେବାଶିଷ ଅଭିନୟ କରିଛନ୍ତି

ଅର୍ଗସ ବ୍ୟୁରୋ : ଆଜି ଫିଲ୍ମ୍ ଫ୍ରାଇଡେରେ ସମଗ୍ର ଭାରତରେ ରିଲିଜ୍ ହୋଇଛି ଜୋସେଫ । ଖ୍ୟାତନାମା ଅଭିନେତା ଭିକ୍ଟର ବାନାର୍ଜୀ ଏବଂ ସୁବ୍ରତ ଦତ୍ତାଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ଜୋସେଫ ଭାରତର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଜାତୀୟ ପୁରସ୍କାର ବିଜେତା ସୁଶାନ୍ତ ମିଶ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ପ୍ରଯୋଜକ ଅଶୋକ ମହାପାତ୍ର ପ୍ରଯୋଜନାରେ ହିନ୍ଦୀ ଚଳଚ୍ଚିତ୍ର ଜୋସେଫ ବର୍ଣ ଇନ ଗ୍ରୀସ ରିଲିଜ ହେଉଛି ।
Download Argus News App
