ରାହୁଲ ସଂସଦର ଅପମାନ କରୁଛନ୍ତି, ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା ସରକାରର ମଧ୍ୟ ଅପମାନ କରୁଛନ୍ତି । ଏହାଦ୍ବାରା ଦେଶବିରୋଧି ଶକ୍ତିଙ୍କ ହାତକୁ ରାହୁଲ ମଜବୁତ କରୁଛନ୍ତି ବୋଲି କହିଛନ୍ତି ନଡ୍ଡା ।
ସୂଚନାଯୋଗ୍ୟ, ବିଦେଶରେ ଦେଶର ସମ୍ମାନ ହାନି କରି ସଂସଦରେ ପହଞ୍ଚିଥିଲେ ରାହୁଲ ଗାନ୍ଧି । ଆଉ ପହଞ୍ଚୁ ପହଞ୍ଚୁ ଭାରତ ଯୋଡ଼ୋ ଯାତ୍ରାରେ ତାଙ୍କ ଇମେଜକୁ ଜଣେ ତପସ୍ବୀ ଭାବେ ପ୍ରୋଜେକ୍ଟ କରିଥିବା କଂଗ୍ରେସ ତାଙ୍କୁ ସିଂହ କହି ହାଇଲାଇଟ୍ କରିବାକୁ ଚେଷ୍ଟା କରିଥିଲେ । ରାହୁଲଙ୍କ ଗୋଟିଏ ପଟେ ଜୟରାମ ରମେଶ ଏବଂ ଅନ୍ୟପଟେ କେ.ସି ବେଣୁଗୋପାଳ ବସିଥିଲେ ।
ଭାଜପାର ଜବାବ ଦେଇ ରାହୁଲ ଗାନ୍ଧୀ କହିଥିଲେ, ଦୁର୍ଭାଗ୍ୟବଶତଃ ମୁଁ ଜଣେ ଏମ୍ପି । ଏହି ସମୟରେ ଜୟରାମ ରମେଶ ରାହୁଲ ଗାନ୍ଧୀଙ୍କ କଥାକୁ ତୁରନ୍ତ ଧ୍ୟାନ ଦେଇଥିଲେ । ରାହୁଲଙ୍କ ଲାଇନ ଶେଷ ହେବା ମାତ୍ରେ ଜୟରାମ ରମେଶ ତାଙ୍କ କାନରେ ଯାହା କହିଥିଲେ ତାହା ସେଠାରେ ରଖାଯାଇଥିବା ମାଇକରେ ରେକର୍ଡ ହୋଇଯାଇଥିଲା ।
ଆହୁରି ପଢନ୍ତୁ: ପୁଣି ରାହୁଲଙ୍କ ସେଲ୍ଫ ଗୋଲ୍, କଷ୍ଟ କରି ସଜାଡ଼ିଥିବା ଇମେଜ ପୁଣି ଡ୍ୟାମେଜ୍