ସେପଟେ ପଦଯାତ୍ରା ପ୍ରସ୍ତୁତି ଆଳରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ବିଜେପିର ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେଡି 29 ଓ 30 ରେ କରିବ ପ୍ରତିନିଧି ସମ୍ମିଳନୀ । ବରମୁଣ୍ଡା ପଡିଆରେ ଆୟୋଜନ ହେବ ଏହି ସମ୍ମିଳନୀ । 29 ରେ ଯୁବ, ଛାତ୍ର, ମହିଳାର ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସଙ୍ଗଠନର ପ୍ରତିନିଧି ଓ ଗଠିତ ହୋଇଥିବା କ୍ୟାମ୍ପସ କମିଟିର ପ୍ରତିନିଧି ଙ୍କୁ ନେଇ ବୈଠକ ହେବ । ଯେଉଁଥିରେ 2 ହଜାର ରୁ ଉର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେବେ । ସେହିପରି 30 ତାରିଖରେ ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନଙ୍କ ସହ ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର ର ମେୟର ଓ କର୍ପୋରେଟର ମାନେ ଉପସ୍ଥିତ ରହିବେ । ପଦଯାତ୍ରାର ପ୍ରସ୍ତୁତି ଏବଂ ପଦଯାତ୍ରା ସମୟରେ କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଂଚାଯିବ ସେ ନେଇ ଦୁଇ ଦିନ ଧରି ଆଲୋଚନା ହେବ।
ଅନ୍ୟପଟେ କଂଗ୍ରେସ ବି ଦଳକୁ ସଙ୍ଗଠିତ କରିବା ଲାଗି 29 ତାରିଖ ଦିନ ଖୋର୍ଦ୍ଧାରେ ସମାବେଶ କରିବାକୁ ଯାଉଥିବା ବେଳେ ଭାରତ ଯୋଡ ପଦଯାତ୍ରା ଓଡିଶାରେ କଂଗ୍ରେସକୁ ରାହା ଦେବ ବୋଲି କହିଛନ୍ତି ଦଳୀୟ ନେତା । ଗ୍ରାଉଣ୍ଡରେ 24 ନିର୍ବାଚନର ମାନସାଙ୍କ କସିବାକୁ ସଜବାଜ ହେଉଛନ୍ତି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ । ଆଉ ଏହା ପୂର୍ବରୁ ଆସନ୍ତା 29 ଓ 30ରେ ରାଜଧାନୀରେ ମୁହାମୁହିଁ ହେବାକୁ ଯାଉଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ବନ୍ଦି ବିଜେପି ଓ ବିଜେଡି ।