ତାଙ୍କ ସଂସ୍ଥା ଫାୟାରଷ୍ଟାର ଡାଇମଣ୍ଡ୍ ଇଣ୍ଟରନ୍ୟାସନାଲ୍ ଖାତାରେ ଏବେ ମାତ୍ର 236 ଟଙ୍କା ପଡିଛି । ଏହି ଖାତାରେ ଥିବା ଜମା ରାଶିରୁ 2.46 କୋଟି ଟଙ୍କାକୁ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଆୟକର ଦେୟ ଆକାରରେ ପ୍ରଦାନ କରାଯାଇଛି । ୟୁନିୟନ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମଧ୍ୟ କିଛି ଟଙ୍କା ଅନ୍ୟାନ୍ୟ ଦେୟ ବାବଦରେ ପଠାଇଛନ୍ତି ।
ନିରବ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଦେଢ କୋଟି ଟଙ୍କାର ଜରିମାନାକୁ କିସ୍ତିରେ ଦେଉଛନ୍ତି । ପ୍ରତି ମାସରେ ସେ 10 ଲକ୍ଷ ଟଙ୍କା କରଜ କରୁଛନ୍ତି । ତାଙ୍କ ବିରୋଧରେ 3ଟି ସଙ୍ଗୀନ ଅଭିଯୋଗ ରହିଛି । ଗୋଟିଏ ହେଉଛି ପିଏନବିରେ ଠକେଇ, ଦ୍ୱିତୀୟଟି ମନି ଲଣ୍ଡରିଂ ଓ ତୃତୀୟଟି ହେଉଛି ସାକ୍ଷୀ ଓ ପ୍ରମାଣ ନଷ୍ଟ କରିବା । ବ୍ରିଟେନ୍ ରେ ପ୍ରତ୍ୟର୍ପଣ ମାମଲାକୁ ସେ ହାରି ସାରିଛନ୍ତି । ଯେକୌଣସି ସମୟରେ ତାଙ୍କୁ ଭାରତ ପଠାଇଦିଆଯାଇପାରେ । ଜେଲ୍ ରେ ମାନସିକ ଅବସାଦ ଦେଇ ସେ ଗତି କରୁଛନ୍ତି ।
ଅଧିକ ପଢନ୍ତୁ ବିଦେଶ ଖବର...