ମୃତ ଛାତ୍ରୀ ଜଣକ ତାଙ୍କ ଭିଡିଓ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି ଯେ ଭଉଣୀ ରାକଲିନ୍ କିପରି ତାଙ୍କ ଧର୍ମ ଗ୍ରହଣ କରିବାକୁ ତାଙ୍କ ପିତାମାତାଙ୍କୁ ଚାପ ଦେଇଥିଲେ। ଏହା ଦୁର୍ଭାଗ୍ୟଜନକ ଯେ ଛାତ୍ରଙ୍କ ଭିଡିଓ ସାମ୍ନାକୁ ଆସିବା ଏବଂ ତାଙ୍କ ମାଙ୍କ ସାକ୍ଷ୍ୟ ସତ୍ୱେ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଏହି ଘଟଣାକୁ ABVP ଦୃଢ଼ ନିନ୍ଦା କରିଛି ଏବଂ ଏହି ଆତ୍ମହତ୍ୟା ଘଟଣାର ନିରପେକ୍ଷ ତଥା ସ୍ୱଚ୍ଛ ତଦନ୍ତ କରିବାକୁ ଦାବି କରାଯାଇଛି।
ଏବିଭିପିର ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି କହିଛନ୍ତି ଯେ, " ଧର୍ମାନ୍ତରୀକରଣର ଚାପ ଯୋଗୁଁ ତାମିଲନାଡୁର ତଂଜାବୁର ଜିଲ୍ଲାର ଜଣେ ଛାତ୍ରୀ ଆତ୍ମହତ୍ୟା ଅତ୍ୟନ୍ତ ଦୁ ଖଦାୟକ। ନ୍ୟାୟ ପାଇଁ ଏହି ସଂଗ୍ରାମରେ ଆମେ ମୃତ ଛାତ୍ରୀର ପରିବାର ସହିତ ଛିଡ଼ା ହୋଇଛୁ ଏବଂ ଆମେ ରାଜ୍ୟପାଳଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରି ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଏହି ଘଟଣାର ନିରପେକ୍ଷ ତଥା ସ୍ୱଚ୍ଛ ଅନୁସନ୍ଧାନ ପାଇଁ ଚେଷ୍ଟା କରନ୍ତୁ ଏବଂ ଧର୍ମ ପରିବର୍ତ୍ତନକୁ ବନ୍ଦ କରିବା ପାଇଁ ଯଥାଶୀଘ୍ର ନୂତନ ଆଇନ ଆଣନ୍ତୁ।