ସୂଚନା ଥାଉ କି, ଅଭିନେତା ଚଳଚ୍ଚିତ୍ର ନିର୍ମାତା କମଲ ହାସନ ବର୍ତ୍ତମାନ ଶଙ୍କରଙ୍କ `ଇଣ୍ଡିଆନ ୨’ ହିଟ ରିଆଲିଟି ଶୋ’ `ବିଗ ବସ ତାମିଲ’ ଏବଂ ତାଙ୍କର ରାଜନୈତିକ ଦଳର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ସାଉଥ ସୁରପରଷ୍ଟାର କମଲ ହାସନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଶ୍ରୀ ରାମଚନ୍ଦ୍ର ମେଡିକାଲ(ଏସଆରଏମସି)ରେ ଭର୍ତ୍ତି କରାଯାଇଛି। ବୁଧବାର ଅପରାହ୍ନରେ ହାଇଦ୍ରାବାଦରୁ ଚେନ୍ନାଇରେ ପହଞ୍ଚିବାପରେ କମଲ ହାସନ ରାତିରେ ଜ୍ବର ଏବଂ ଦୁର୍ବଳ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ସହରର ଏସଆରଏମସିରେ ଭର୍ତ୍ତି କରାଯାଇଥିଲା। ଆସନ୍ତା କିଛି ଦିନ ପାଇଁ ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଝିଅ ଶ୍ରୁତି ହାସନ ତାଙ୍କ ସାଥିରେ ମେଡିକାଲରେ ଅଛନ୍ତି।
ସୂଚନା ଥାଉ କି, ଅଭିନେତା ଚଳଚ୍ଚିତ୍ର ନିର୍ମାତା କମଲ ହାସନ ବର୍ତ୍ତମାନ ଶଙ୍କରଙ୍କ `ଇଣ୍ଡିଆନ ୨’ ହିଟ ରିଆଲିଟି ଶୋ’ `ବିଗ ବସ ତାମିଲ’ ଏବଂ ତାଙ୍କର ରାଜନୈତିକ ଦଳର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨୦ରୁ ଆରମ୍ଭ ହେବାକୁ ଯାଉଛି ଦୁର୍ଗା ପୂଜା । ଏଥିପାଇଁ ଏବେଠାରୁ ସିଲଭର ସିଟିରେ ଆରମ୍ଭ ହୋଇଛି ପ୍ରସ୍ତୁତି, ଚଳଚଞ୍ଚଳ ହୋଇଛି ପୂଜା ମଣ୍ଡପ । ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ପୂଜା ମଣ୍ଡପରେ ଚାନ୍ଦି ମେଢର ସଫେଇ କାର୍ଯ୍ୟ ଜାରି ରହିଛି । ସେପଟେ ମାଟି ଉଠା ପରେ ଆଜିଠାରୁ ଆରମ୍ଭ ହୋଇଛି ମୂର୍ତ୍ତି ନିର୍ମାଣ କାର୍ଯ୍ୟ । ଚାନ୍ଦିନୀ ଚୌକ ପୂଜା କମିଟି ଆଜିଠାରୁ ନଡା ବନ୍ଧା କାର୍ଯ୍ୟ ଆରମ୍ଭ କରିଛି । ଆସନ୍ତାକାଲି ମୂର୍ତ୍ତିରେ ଏକ ମାଟିଆ ପରେ ଦୋ ମାଟିଆ ଏବଂ ଖଡିଲଗା ଅମାବାସ୍ୟାରେ ଖଡ଼ିଲାଗି କରାଯିବ ବୋଲି କହିଛନ୍ତି ମୂର୍ତ୍ତି କାରିଗର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିଭଳି ସହରର ଅନ୍ୟତମ ପ୍ରବେଶ ପଥ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ଚାଲିଛି ଜୋରସୋରରେ ପ୍ରସ୍ତୁତି ଚାନ୍ଦି ସଫା କାର୍ଯ୍ୟ । ଦୀର୍ଘ ୨୦ବର୍ଷ ଧରି ଆଧ୍ୟାତ୍ମିକ ବାତାବରଣକୁ ନେଇ ଏହି ମଣ୍ଡପ ତୋରଣ ତିଆରି କରି ଆସୁଥିବା ବେଳେ ଚଳିତ ବର୍ଷ ପୂଜାରେ ମୁଖ୍ୟ ଆକର୍ଷଣ ପଲଟିବ ମଦୁରାଇ ମିନାକ୍ଷୀ ମନ୍ଦିରର ପ୍ରତିକାତ୍ମକ ତୋରଣ । ଚଳିତ ବର୍ଷ ସିଲଭର ସିଟିରେ ଆଉ ଦୁଇଟି ପୂଜା କମିଟି ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛନ୍ତି ।
ପୂର୍ବରୁ ୨୭ ଟି ଚାନ୍ଦି ମେଢରେ ମା' ପୂଜା ପାଉଥିବାବେଳେ ଏବେ ଏହି ସଂଖ୍ୟା ୨୯ରେ ପହଞ୍ଚିଛି । ଏ ବର୍ଷ ମହମ୍ମଦିଆ ବଜ଼ାର ଏବଂ କାଫଲା ବଜ଼ାର ପୂଜା କମିଟି ମଧ୍ୟ ଚାନ୍ଦି ମେଢ଼ କରୁଛନ୍ତି । ମହମ୍ମଦିଆ ପୂଜା କମିଟି ଦେଢ଼ କ୍ୱିଇଣ୍ଟାଲର ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛି । ଆସନ୍ତା ୧୮ ତାରିଖ ଦିନ ଏହାର ସୁଭ ଉଦଘାଟନ ହେବ ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ । ପୂଜାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ବିଭିନ୍ନ ପୂଜା କମିଟି, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ବୈଠକ ଶେଷ ହୋଇଛି ।
ଅର୍ଗସ ବ୍ୟୁରୋ : ବାରମ୍ବାର ପ୍ରତିଶ୍ରୁତି ମିଳୁଛି କିନ୍ତୁ ପୂରଣ ହେଉନି ଦାବି । ଏବେ ପୁଣି ୨୩ ତାରିଖ ବୈଠକରକୁ ଅପେକ୍ଷା । ସନ୍ଧ୍ୟା ୫ ଟାରେ ବୈଠକ ହେବା ନେଇ ସୂଚନା ଦେଇଛନ୍ତି ନିଖିଳ ଉତ୍କଳ ପ୍ରଥମିକ ଶିକ୍ଷକ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର । ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ପରେ ଶିକ୍ଷକ ଭବନରେ ଷ୍ଟିୟରିଂ କମିଟି ବୈଠକରେ ମନୋମାଳିନ୍ୟ ପରେ ଦୁଇଫାଳ ହୋଇଥିଲା ସଂଗଠନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡ଼ାକରା ପରେ କିଛି ସଂଗଠନ ଖୁସି ବ୍ୟକ୍ତ କରିଥିବା ବେଳେ ଅନ୍ୟ ସଂଗଠନ ବୈଠକ ଉପରେ ଉଠାଇଛନ୍ତି ପ୍ରଶ୍ନ । ନିଖିଳ ଉତ୍କଲ ପ୍ରଥମିକ ଶିକ୍ଷକ ଫେଡେରସନ ୧୮ ତାରିଖରେ ସ୍ଥଗିତ ରଖିଥିଲା ଆନ୍ଦୋଳନ । କିନ୍ତୁ ଏହାକୁ ବିରୋଧ କରି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ନିଜସ୍ୱ ବ୍ୟାନରରେ ପୁଣି ଜାରି ରଖିଛି ଆନ୍ଦୋଳନ ।
ନିଜ ବ୍ୟାନରରେ ୮ଟି ସଂଘ ଲକ୍ଷେ ଶିକ୍ଷକଙ୍କୁ ନେଇ ଆନ୍ଦୋଳନ କରୁଥିବାବେଳେ ୨୬ ତାରିଖରେ ମହା ସମାବେଶ ଘୋଷଣା କରିଛି । ସଂଘ ପ୍ରଥମରୁ ଶିକ୍ଷକଙ୍କ ଦାବି ଓ ଆନ୍ଦୋଳନ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲା । ବୈଠକରେ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । କିନ୍ତୁ ଏବେ ପୁଣିଥରେ କାହିଁକି ଡ଼ାକରା ଆସିଛି ବୋଲି ପ୍ରଶ୍ନ ଉଠାଇଛି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ।
ଅର୍ଗସ ବ୍ୟୁରୋ : ବର୍ଷାରେ ଲାଗିବ ବ୍ରେକ । ଆସନ୍ତା ୨୩ ତାରିଖ ପରଠାରୁ ବର୍ଷା ପରିମାଣ କମିବ । ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା ଜିଲ୍ଲାର ସିନାପଲ୍ଲୀରେ ସର୍ବାଧିକ ୧୨୪ ମିଲିମିଟର ବର୍ଷା ସହ ରାଜ୍ୟର ୨୦ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ୨୪ ଘଣ୍ଟାରେ ହାରାହାରି ୨୬.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ପରିମାଣ ୮.୮ ମିଲିମିଟର ତୁଳନାରେ ୨୦୩ ପ୍ରତିଶତ ଅଧିକ ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପ୍ଟେମ୍ବର ମାସରେ ରାଜ୍ୟରେ ୨୮୫. ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୮୫.୪ ମିଲିମିଟର ତୁଳନାରେ ୫୩ ପ୍ରତିଶତ ଅଧିକ ରହିଛି । ଆଜି ଆଭୟନ୍ତରୀଣ ଓଡିଶା ସମେତ ରାଜ୍ୟର ଅନେକ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା କାଲି ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେଉଁଝର, ମୟୂରଭଂଜ ଏହି ୪ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।