ମାତ୍ର ୧୭ ରନ୍ରେ ଭାରତ ଅଧା ଓ୍ୱିକେଟ ହରାଇଥିଲା। ଏହି ଘଟିସନ୍ଧି ମୁହୂର୍ତ୍ତରେ ଉଭା ହୋଇଥିଲେ ହରିୟାନା ହରିକେନ୍ କପିଲ ଦେବ। ପଡିଆରେ ଦେଖାଇଲେ ଜଲଓ୍ୱା। ସେ ସ୍ଥିତି ନ ଦେଖୀ ଜିମ୍ବାଓ୍ୱେ ବୋଲରଙ୍କୁ ଭୟଙ୍କର ଭାବେ ପ୍ରହାର କରିଥିଲେ। କପିଲ ଏହି ମ୍ୟାଚ୍ରେ ୧୩୮ ଟି ବଲର ସମ୍ମୁଖୀନ କରି ଅପରାଜିତ ରହି ୧୭୫ ରନ୍ କରିଥିଲେ। ଏହି ଇନିଂସରେ ୧୬ଟି ଚୌକା ଓ ୬ଟି ଛକା ସାମିଲ ଥିଲା। କପିଳଙ୍କୁ ସାଥି ଖେଳାଳି ରୋଜର ବିନ୍ନି (୨୨), ମଦନ ଲାଲ(୧୭) ଓ ଓ୍ୱିକେଟ କିପର ବ୍ୟାଟର ସହଦ କିର୍ମାନୀ (୨୪) ଆ ବଶ୍ୟକତା ସହାୟତା ଯୋଗାଇଦେଇଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ୱିକେଟ ହରାଇ ସମ୍ମାନଜନକ ୨୬୬ ରନ୍ କରିଥିଲା।
ଏହି ମ୍ୟାଚ୍ରେ ବ୍ୟାଟିଂ ପରେ ମଧ୍ୟ ବୋଲିଂରେ କପିଲଙ୍କୁ ସଫଳତା ମିଳିଥିଲା। ସେ ଅପରାଜିତ ୧୭୫ ସହ ୩୨ ରନ୍ ବିନିମୟରେ ଗୋଟିଏ ଓ୍ୱିକେଟ ଅକ୍ତୟାର କରିଥିଲେ। ଏହାଛଡା ସେ ୨ଟି ମହତ୍ତ୍ୱପୂର୍ଣ୍ଣ କ୍ୟାଚ୍ ମଧ୍ୟ ଧରିଥିଲେ। ଶେଷରେ ଭାରତ ଏହି ମ୍ୟାଚକୁ ୩୨ ରନ୍ରେ ଜିତି ନେଇଥିଲା। ଅଲରାଉଣ୍ଡର ପ୍ରଦର୍ଶନ ଲାଗି କପିଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।