ଯାହାକୁ ଦେଖି ବିଧାନସଭା ପରିଚାଳନା କରୁଥିବା ମଧୁ ବଙ୍ଗରପ୍ପା ଉଭୟଙ୍କ ଭିତରେ କ’ଣ କଥା ହେଲା ବୋଲି ଜାଣିବାକୁ ଚଷ୍ଟା କଲେ। ଏହି ସମୟରେ ସିଦ୍ଧରମାୟା କହିଲେ ମୁଁ ଧୋତି ବାନ୍ଧି ସାରିବା ପରେ ନିଜର ବିବୃତ୍ତି ରଖିବି।
ଯାହାକୁ ଶୁଣି ତମାମ ସଭାଗୃହ ହସରେ ଫାଟି ପଡିଲା। ସିଦ୍ଧରମୟା ଏ କଥା ମଧ୍ୟ କହିବାକୁ ପଛେଇ ନ ଥିଲେ ଯେ, ନିକଟରେ ସେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଫେରିଛନ୍ତି। ଏଣୁ ସ୍ବାସ୍ଥ୍ୟଗତ ଅବନତୀ ପାଇଁ ସେ ଝଡି ଯାଇଛନ୍ତି।
ଏହା ଶୁଣି ପୁଣିଥରେ ହାସ୍ୟରୋଳରେ ଫାଟି ପଡିଥିଲା ବିଧାନସଭା କକ୍ଷ। ଘଟଣା ପରେ ଏହା ମଧ୍ୟ ସେ କହିଛନ୍ତି ଯେ, ଘଟଣାକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିପାରେ, କିନ୍ତୁ ଏଥିରେ ତାଙ୍କର ଯାଆସ କିଛି ନାହିଁ।