ରାଜ୍ୟପାଳ ବଜୁଭାଇ ବାଲା ରାଜଭବନରେ ଏହି 17 ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ ୨୦ ଦିନରୁ ଅଧିକ ଦିନ ଧରି ଏକୁଟିଆ ମନ୍ତ୍ରୀମଣ୍ଡଳ ସମ୍ଭାଳିବା ନେଇ ଜେଡିଏସ ଓ କଂଗ୍ରେସ ପକ୍ଷରୁ ସମାଲୋଚନା କରିବା ପରେ ବିଏସ ୟେଦୁରପ୍ପା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟି ତାଙ୍କୁ ସମ୍ଭାବିତ ମନ୍ତ୍ରୀଙ୍କ ତାଲିକା ଦେଇଥିଲେ । ଶାହାଙ୍କ ଅନୁମୋଦନ ପରେ ଏହି ତାଲିକାକୁ ରାଜ୍ୟପାଳଙ୍କ ନିକଟକୁ ଗତକାଲି ପଠାଇଥିଲେ ।
ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ୍ ହେଲେ ୧୭ ବିଧାୟକ
ବାଙ୍ଗାଲୋର: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିବା ପରେ ବିଏସ୍ ୟେଦୁରପ୍ପା ପ୍ରଥମ ଥର ମଙ୍ଗଳବାରରେ ନିଜ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ମନ୍ତ୍ରୀମଣ୍ଡଳରେ 17 ଜଣ ବିଧାୟକଙ୍କୁ ସାମିଲ୍ କରିଛନ୍ତି ୟେଦୁରପ୍ପା । 26 ଜୁଲାଇରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ହେବା ପରେ ମନ୍ତ୍ରୀମଣ୍ଡଳର ପ୍ରଥମ ଥର ସମ୍ପ୍ରସାରଣ ହୋଇଛି । ତେବେ ୟେଦୁରପ୍ପା 29 ଜୁଲାଇରେ ବିଧାନସଭାରେ ନିଜ ସରକାରର ବହୁମତ ପ୍ରମାଣିତ କରିଥିଲେ ।
Download Argus News App
