ହୁକ୍କା ବାର୍ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହ ତମାଖୁ କ୍ରୟ କରିବାର ବୟସ ସୀମା 18 ରୁ 21କୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ, ଏହି ପରିବର୍ତ୍ତନ ଆଣିବା ପାଇଁ ସରକାର ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଆଇନରେ ସଂଶୋଧନ କରିବାକୁ ଯୋଜନା କରୁଛନ୍ତି । ବର୍ତ୍ତମାନ ଯୁବକମାନେ ହୁକ୍କା ବାର୍ ପ୍ରତି ଆକର୍ଷିତ ହେଉଛନ୍ତି । ଯାହା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି । ତମାଖୁ ଦ୍ରବ୍ୟ କ୍ରୟ ପାଇଁ ରାଜ୍ୟ ସରକାର ସର୍ବନିମ୍ନ ବୟସକୁ ୧୮ରୁ ୨୧ ବର୍ଷକୁ ବୃଦ୍ଧି କରିବେ ବୋଲି ସେ କହିଛନ୍ତି ।
ଖାଲି ଏତିକି ନୁହେଁ କୌଣସି ଶିକ୍ଷାନୁଷ୍ଠାନ, ମନ୍ଦିର, ଅଙ୍ଗନବାଡି,ପାର୍କ ଓ ଅଫିସ୍ ର 100 ମିଟର ରେଡିଅସ୍ ମଧ୍ୟରେ ତମାଖୁ ବିକ୍ରୀ ଉପରେ ମଧ୍ୟ ରୋକ୍ ଲଗାଇବାକୁ ସରକାର ଯୋଜନା କରୁଛନ୍ତି ।
ଆଉ ଏହାର ଉଦେଶ୍ୟ ଯୁବପୀଢୀଙ୍କ ମଧ୍ୟରେ ତମାଖୁ ଦ୍ରବ୍ୟର ବ୍ୟବହାରକୁ ନିରୁତ୍ସାହିତ କରିବା ଏବଂ ସେମାନଙ୍କର ସୁସ୍ଥ ଭବିଷ୍ୟତ ପାଇଁ ଏହି ପଦକ୍ଷେପ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଆହୁରି ପଢନ୍ତୁ ଭାରତ ଖବର...