ତେବେ ଫିଲ୍ମଟିର କାହାଣୀ କାଶ୍ମୀରରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଆଧିାରିତ। ଚଳିତ ମାସ ଫେବ୍ରୁଆରୀରେ ଫିଲ୍ମର ସୁଟିଂ ଆରମ୍ଭ ହେବ। ତେବେ ନିଜର ପ୍ରଥମ ଫିଲ୍ମର ସୁଟିଂକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଇବ୍ରାହିମ। ଫିଲ୍ମରେ କ୍ୟାରେକ୍ଟର ଅନୁଯାୟୀ ଏବେ ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି ସୈଫ୍ଙ୍କ ପୁଅ। ଇବ୍ରାହିମ ପୂର୍ବରୁ କରନ୍ ଜୋହରଙ୍କ ଆଗାମୀ ଫିଳ୍ମ ରକି ଔର ରାନୀ କି ପ୍ରେମ୍ କାହାନୀ ର ସହ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି। ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ ରଣବୀର ସିଂହଙ୍କୁ ଦେଖିବାକୁ ପାଇବେ ଦର୍ଶକ। ସେହିପରି ଚଳିତ ବର୍ଷ ଶାହରୁଖ ଖାନ୍ଙ୍କ ଝିଅ ସୁହାନା ଏବଂ ପୁଅ ଆର୍ୟନ ମଧ୍ୟ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ବଲିଉଡ୍ରେ ଧିରେ ଧିରେ ଷ୍ଟାର କିଡ୍ ଏଣ୍ଟ୍ରି କରିବାରେ ଲାଗିଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।