ଇଏ ସେହି କାଶ୍ମୀର ଯେଉଁଠାରେ କୌଣସି ବି ଦଳ ପାଇଁ ରାଜନୈତିକ ସଭାଟିଏ କରିବା କଷ୍ଟକର ବ୍ୟାପାର ଥିଲା । ସେଠାରେ ଶୁଣିବାକୁ ମିଳୁଛି ମୋଦି ମୋଦି ସ୍ଲୋଗାନ୍। ସେହି କାଶ୍ମୀର ଯେଉଁଠାରେ ରାଜନୈତିକ ଶୋଭାଯାତ୍ରା କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା ସେଠାରେ ଜମୁଛି ମହିଳାଙ୍କ ଭିଡ଼ । ଏବେ କାଶ୍ମୀରବାସୀ ରାଜନୈତିକ ରାସ୍ତାରେ ପାଦ ବଢାଇବାକୁ ନା ଆଉ ଡରୁଛନ୍ତି ନା ପଛଘୁଞ୍ଚା ଦେଉଛନ୍ତି। ବାରାମୂଲାର ଏହି ଭିଡ଼, ବଦଳୁଥିବା କାଶ୍ମୀରର ବଡ଼ ପ୍ରମାଣ। ପ୍ରମାଣ ଗଣତନ୍ତ୍ର ଉପରେ ଭରସାର। ପ୍ରମାଣ ରାଜନୈତିକ ପ୍ରକ୍ରିୟାରେ ବିଶ୍ବାସର। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ବଦଳୁଥିବା କାଶ୍ମୀରର ନଜାରା ସାରା ଦୁନିଆକୁ ଦେଖାଇଦେଇଛି ।
ଜମ୍ମୁ କାଶ୍ମୀରରେ 3 ଦିନ ରହିଲେ ଗୃହମନ୍ତ୍ରୀ। ଆଉ ଏହି ତିନି ଦିନରେ କାଶ୍ମୀର ଦେଖାଇଦେଲା ଯେ ସେ ଆଉ ପୂର୍ବର କାଶ୍ମୀର ହୋଇ ନାହିଁ। ବାରାମୂଲା ସଭାରେ ମହିଳାଙ୍କର ଏହି ଭିଡ଼କୁ ଦେଖନ୍ତୁ । ଆପଣ କାଶ୍ମୀରରେ ଏଭଳି ଦୃଶ୍ୟ କେବେ ପୂର୍ବରୁ ଦେଖିଥିଲେ କି ? ଏହା କାଶ୍ମୀରରେ ଆସିଥିବା ପରିବର୍ତ୍ତନର ପ୍ରଭାବ ଯେଉଁଥିପାଇଁ ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ ମଞ୍ଚ ଉପରୁ ବୁଲେଟ୍ ପ୍ରୁଫ୍ ଘେରା ହଟାଇଦେଇଥିଲେ ।
ଏହି କାଶ୍ମୀରରେ ପୂର୍ବରୁ ପଥର ବର୍ଷୁଥିଲା। କିନ୍ତୁ ଏବେ ପଥର ଫିଙ୍ଗାଳିଙ୍କର ଯେପରି ଠିକଣା ବଦଳି ଯାଇଛି । ବଦଳୁଥିବା କାଶ୍ମୀରର ମିଜାଜ ଦେଖନ୍ତୁ ଖୋଦ୍ ଗୃହମନ୍ତ୍ରୀ ପିଡ଼ୀତ ପରିବାରକୁ ଭେଟିବାକୁ ପହଞ୍ଚୁଛନ୍ତି । ତାହାପୁଣି ପାଦରେ ଚାଲିଚାଲି । ଜାମ୍ମୁ ଓ କାଶ୍ମୀର ପୋଲିସର ସହିଦ ଏସପିଓ ମୁଦାସିର ଅହମ୍ମଦ ଶେଖଙ୍କ ପରିବାର ଲୋକଙ୍କୁ ଗୃହମନ୍ତ୍ରୀ ଭେଟିବାକୁ ଯାଉଥିବାର ଇଏ ଦୃଶ୍ୟ। ପାଦରେ ଚାଲିଚାଲି ଏଠାରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଥିଲେ ଶାହ ହେଲେ ସୁରକ୍ଷାକୁ ନେଇ କୌଣସି ସମସ୍ୟା ଉପୁଜିଲା ନାହିଁ। ...ଅମିତ ଶାହ ଜାମ୍ମୁ କାଶ୍ମୀର ଗସ୍ତ ସାରି ଦିଲ୍ଲୀ ଲେଉଟି ଆସିଛନ୍ତି । ତେବେ ତାଙ୍କର ଏହି ଗସ୍ତ କାଶ୍ମୀକୁ ନେଇ ପୂର୍ବରୁ ଥିବା ଧାରଣାକୁ ଧ୍ବସ୍ତ କରିଦେଇଛି ।
ରାଜନୀତି ଖବର ଆହୁରି ପଢନ୍ତୁ ।