ଶୁକ୍ରବାର ଗୁଜରାଟ ହାଇକୋର୍ଟ କେନ୍ଦ୍ରୀୟ ସୂଚନା କମିସନ (ସିଆଇସି)ର ଏହି ୭ ବର୍ଷ ପୁରୁଣା ଆବେଦନକୁ ଖାରଜ କରିଛନ୍ତି। କେଜରିଓ୍ବାଲ ଏ ନେଇ ବିଶ୍ବବିଦ୍ୟାଳୟକୁ ତଥ୍ୟ ମାଗିଥିଲେ ବି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ଏହାର ନିର୍ଯାସ ଆସିଛି।
ଜଷ୍ଟିସ ବୀରେନ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କେନ୍ଦ୍ରୀୟ ସୂଚନା କମିସନଙ୍କ ରାୟକୁ ଖାରଜ କରିଛନ୍ତି । ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଯାହାକୁ ୪ ସପ୍ତାହ ମଧ୍ୟରେ ଗୁଜରାଟ ରାଜ୍ୟ ଆଇନ ସେବା ପ୍ରାଧିକରଣରେ ଜମା ଦେବାକୁ ନିର୍ଦ୍ଦେଶ ହୋଇଛି।
Double whammy for AAP: Kejriwal fined Rs 25,000 by Gujarat HC, Sisodia denied bail. Here is what happenedhttps://t.co/buAG0jbAIR — OpIndia.com (@OpIndia_com) March 31, 2023