ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଲାଗି ରହିବ କାଳବୈଶାଖୀ ବର୍ଷା । ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ପାଇଁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ଓଡ଼ିଶାରେ ତାତି ନ ବଢିଲେ ମଧ୍ୟ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳିହେବେ ଲୋକେ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରୁ ମିଳିବନି ନିସ୍ତାର ।
ଅନ୍ୟପଟେ ରାଜ୍ୟରେ କମିଛି ପ୍ରାକ୍ ମୌସୁମୀ ବର୍ଷା । ସ୍ବାଭାବିକ ଠାରୁ ୨୮ ପ୍ରତିଶକ କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ତେଣୁ ଏବେ ଓଡ଼ିଶା ଉପରେ କୌଣସି ସିଷ୍ଟମ ନ ଥିବାରୁ ମୌସୁମୀ ସକ୍ରିୟ ନେଇ ଆକଳନ କରାଯାଇନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅସହ୍ୟ ତାତି ଏବେ ଜନଜୀବନ ଉପରେ ପ୍ରଭାବ ପକାଇଥିବା ବେଳେ ବିଳମ୍ବିତ ମୌସୁମୀ ଆଗମନର ଆକଳନ ନିଶ୍ଚିତ ଭାବେ ଚିନ୍ତାଜନକ।