ସଚେତନ ନ ହେଲେ ସଙ୍ଗୀନ...
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଖଦି ଇଣ୍ଡିଆ ପକ୍ଷରୁ ଆଜି ଗୋବରରୁ ପ୍ରସ୍ତୁତ ହୋଇଥିବା ପ୍ରାକୃତିକ ପେଣ୍ଟକୁ ଲଞ୍ଚ୍ କରାଯାଇଛି। ଏହା ଦ୍ଵାରା ଗ୍ରାମାଞ୍ଚଳରେ ଗରିବ, ଚାଷୀ ଲାଭବାନ ହେବେ ଏବଂ ଗାଇ ଗୋବର ଏବେ ସେମାନଙ୍କର ଉପାର୍ଜନର ମାଧ୍ୟମ ହେବ ବୋଲି କେନ୍ଦ୍ର ରାଜ୍ୟ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ।
ଏହା ସହ ଏହି ପେଣ୍ଟ୍ ବଜାରରେ ମିଳୁଥିବା ପେଣ୍ଟ୍ ୫୦ ପ୍ରତିଶତ କମ ଦରରେ ମିଳିବ। ଦେଶ ଆତ୍ମନିର୍ଭର ହେବା ଦିଗରେ ଏହା ଗୋଟିଏ ବଡ ପଦକ୍ଷେପ ବୋଲି ସେ କହିଛନ୍ତି ।
ଅପର ପକ୍ଷରେ କୋରୋନା ପରେ ସମଗ୍ର ଦେଶରେ ମାଡି ଚାଲିଛି ବାର୍ଡ ଫ୍ଲୁ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 10ଟି ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇ ସାରିଲାଣି । ଏ ନେଇ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ମୁକାବିଲା ନେଇ ବୈଜ୍ଞାନିକ ଟିମ ମାନେ ପ୍ରସ୍ତୁତ ରହିଛନ୍ତି। ଖୁବ କମ ସମୟ ମଧ୍ୟରେ ବାର୍ଡ ଫ୍ଲୁ କୁ ନିୟନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି।