ଏହି ଯୋଜନାକୁ ସଫଳ ରୂପ ଦେବାକୁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି। ଆମ ଆଇପିଏଲ ଭଳି ଆମେରିକାରେ ହେଉଥିବା ସୁପରବଲରେ ୩୨ ସେକେଣ୍ଡର ବିଜ୍ଞାପନ ବାବଦକୁ ୪୦ କୋଟି ଟଙ୍କା ଦିଆଯାଇଛି। ଯେଉଁଥିରେ ଏହି ଖଲିସ୍ତାନୀ ମୁଦ୍ଧା ମଧ୍ୟ ସାମ୍ନାକୁ ଆସିଛି। ଆପଣ ନିଦ୍ବନ୍ଦ୍ବରେ କହିପାରନ୍ତି, ଏତେ ମହଙ୍ଗା ବିଜ୍ଞାପନ ପାଇଁ ଯିଏ ଟଙ୍କା ଦେଉଛି, ସେ ଆପରାଧିକ ତ୍ତତ୍ବମାନେ ଭାରତ ପ୍ରତି ବିତସ୍ପୁହ ହୋଇ ଖଲିସ୍ତାନୀ ନିଆଁକୁ ଘିଅ ଢାଳୁଛନ୍ତି।
ପାଠକଙ୍କୁ ଅବଗତି ପାଇଁ ଆମେ ଜଣାଇଦେବାକୁ ଚାହୁଁ କି ଏ ଘଟଣା କେବଳ ଭାରତକୁ ଭାଗ କରିବାକୁ ଚାଲିଛି। ସ୍ବାଧୀନତ୍ତୋର ଭାରତ ବର୍ଷର ଏକ ଫଟୋ ଏହି ପାଠରେ ଆମେ ସଂଲଗ୍ନ କରୁଛୁ। ଆପଣ ରେଖାଙ୍କିତ ହୋଇଥିବା ସ୍ଥାନକୁ ଦେଖନ୍ତୁ। ଭାରତ ଓ ପାକିସ୍ତାନ ସେତେବେଳେ ବିଭାଜିତ ହୋଇ ନ ଥିଲା। ଭାରତର ଏହି ଅଂଶରେ ରହୁଥିଲେ ଶିଖମାନେ। ଅଥାତ୍ ଏ ସମଗ୍ର ଅଞ୍ଚଳକ ଖଲିସ୍ତାନୀମାନେ ଦାବି କରିବା କଥା। କିନ୍ତୁ ସେପରି ନ କରି ବିଭାଜନ ପରବର୍ତ୍ତି ଭାରତ ବର୍ଷରେ ଅଳ୍ପ ଅଂଶକୁ ଦାବି କରୁଛନ୍ତି ଏହି ଖଲିସ୍ତାନୀ।
ଏ କଥା ଜାଣିବାକୁ ସେତେବେଳେ ମିଳିଲା ଯେତେବେଳେ ଗୋଟିଏ ଫଟୋ ସୋଶିଆଲ ମିଡିଆକୁ ଆସିଲା। ଗୁରୁପତ୍ତସିଂହ ପନ୍ନୁ ନାମକ ଜଣେ ବ୍ୟକ୍ତି, ଯେ ଖଲିସ୍ତାନୀ ସପକ୍ଷବାଦୀ ବୋଲାଉଛନ୍ତି। ଏ ନେଇ ଅହିଂସାତ୍ମକ ଭାବେ ସେ ଏକ ମେମୋରେଣ୍ଡମ ପ୍ରସ୍ତୁତ କରୁଥିବା କଥା କହୁଥିବା ବେଳେ ଦର୍ଶାଇଥିବା ଫଟୋରେ କେବଳ ଭାରତର ଅଂଶକୁ ରେଖାଙ୍କିତ କରୁଛନ୍ତି ବା ଦେଖାଉଛନ୍ତି।
ଇସାରା ବୁଝୁଥିବା ଲୋକେ ଠିକ୍ ବୁଝିପାରୁଥିବେ ଯେ, ଆମେ କହିବାକୁ କ’ଣ ଚାହୁଁଛୁ। ସ୍ବଭାବିକ ଭାବେ ଆପଣ କହିପାରନ୍ତି, ଏହା ବୈଦେଶିକ ତ୍ତତ୍ବଗୁଡିକର ଉପନିବେଶ ପଦ୍ଧତ୍ତି। ଯଦି ସେପରି ନ ହୋଇଥାନ୍ତା, ତେବେ ଖଲିସ୍ତାନୀମାନେ ଭାରତ ଓ ପାକିସ୍ତାନ ଉଭୟ ଭାଗରେ ପୂର୍ବରୁ ଚିହ୍ନିତ ସମସ୍ତ ଅଂଶକୁ ଖଲିସ୍ତାନୀ ପ୍ରସଙ୍ଗରେ ଦାବି କରୁଥାନ୍ତେ। ଭାରତର ଲାଲକିଲ୍ଲାରେ ଜାତୀୟ ପତାକାକୁ ଅବମାନନା। ପରେ ଲଣ୍ଡନ ଏବଂ ସେନ୍ ଫ୍ରାନସିସକୋଠାରେ ଆମ ଦେଶର ଜାତୀୟ ପତାକାକୁ ଅବମାନନା ଭଳି ପ୍ରସଙ୍ଗରେ ଖଲିସ୍ତାନୀମାନଙ୍କ ହାତ ରହିଛି ବୋଲି ଜଣାପଡିଛି। ଯାହା ଦର୍ଶାଉଛି ଭାରତ ଭିତରେ ଅସ୍ଥିରତା ପାଇଁ ବିଦେଶୀ ଶକ୍ତିମାନେ ପ୍ରବଳ ଚାପ ସୃଷ୍ଟି କରିଛନ୍ତି।
ଅମୃତପାଲ ଗଲା କୁଆଡେ, କେହି ଜାଣି ନାହାନ୍ତି