ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ । କାନାଡ଼ାରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏପରି ଧମକ୍ ଦେଇଛି । ଭିଡିଓରେ ପନ୍ନୁ କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଇଛି । ଶିଖ୍ ଫର ଜଷ୍ଟିସ୍ ନାମକ ଆତଙ୍କବାଦୀ ସଂଗଠନର ମୁଖ୍ୟ ପନ୍ନୁ ଭିଡିଓ ଜାରି କରିଛି । ନଭେମ୍ବର ୧୬ ଏବଂ ୧୭ରେ ଅଯୋଧ୍ୟା ରାମ ମନ୍ଦିରରେ ହିଂସା କରିବାକୁ ଭିଡିଓରେ କହିଛି ପନ୍ନୁ । ଏହି ଭିଡିଓକୁ କାନାଡାର ବ୍ରମ୍ପଟନରେ ରେକର୍ଡ କରାଯାଇଥିବା ସନ୍ଦେହ କରାଯାଇଛି । ରାମ ମନ୍ଦିର ତଥା ଅନ୍ୟାନ୍ୟ ହିନ୍ଦୁ ମନ୍ଦିରରେ ହିଂସା ସୃଷ୍ଟି କରିବାକୁ ମଧ୍ଯ ଧମକ ଦିଆଯାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର: