इसे नीचता की हद कहते हैं। ऐसे लोग शिक्षा का धंधा करते हुए समाज में नफरत फैलाने वाले घटिया धंधेबाज हैं।
इस आदमी को तुरंत गिरफ्तार होना चाहिए। pic.twitter.com/9sX6PIvVuO — Ashok Kumar Pandey अशोक اشوک (@Ashok_Kashmir) December 4, 2022
ଏହି ଭିଡିଓ କ୍ଲିପରେ କଣ ରହିଛି । ଏହି ଭିଡିଓରେ ଖାନ ସାର ସମାସ ପଢାଉଛନ୍ତି । ସେ ଦ୍ୱନ୍ଦ ସମାସ କଣ ସେ ବିଷୟରେ ଛାତ୍ର ମାନଙ୍କୁ ବୁଝାଉଛନ୍ତି । ତାଙ୍କର ପଛରେ ହେଲିକେପ୍ଟରର ବ୍ୟାକ ଗ୍ରାଉଣ୍ଡ ରହିଛି । ସେ କହୁଛନ୍ତି ଯେ କିଛି ସମାସ ଏପରି ରହିଛି ଯାହାର ଗୋଟିଏ କଥା ଦୁଇଟି ଅର୍ଥ ବାହାରି ଥାଏ । ଏହାକୁ ଦ୍ୱନ୍ଦ ସମାସ କୁହା ଯାଇଥାଏ ।
ସେ କହିଛନ୍ତି ଯେ – ଯେପରିକି ସୁରେଶ ଜାହାଜ ଉଡାଇଲା । ଅର୍ଥାତ ସେ ଜାହାଜକୁ ଉଡାଇଲା । କିନ୍ତୁ ଯଦି ଏହି ବାକ୍ୟରେ ନାମ ବଦଳାଇ ଦିଆଯାଏ ଓ କୁହା ଯାଏ ଯେ ଅବଦୁଲ ଜାହାଜ ଉଡାଇଲା ତେବେ ପାର୍ଥକ୍ୟ ଆସି ଯିବ । ଶବ୍ଦ ସମାନ ରହିଛି, ହେଲେ ଅର୍ଥରେ ପ୍ରଭେଦ ଆସି ଯାଉଛି । ସୁରେଶ ଜାହାଜ ଉଡାଇଲାର ଅର୍ଥ ହେଲା ସେ ଜାହାଜ ଉଡାଇଛନ୍ତି , ହେଲେ ଅବଦୁଲ ଉଡାଇଲାର ଅର୍ଥ ହେଲା ଭଡକାଇଉଲା ।
ଏବେ ଏହି ପୂରା କ୍ଲିପକୁ ନିଜେ ଆପଣ ଦେଖନ୍ତୁ ।
ବାମପନ୍ଥୀ ଲେଖକ ଅଶୋକ କୁମାର ପାଣ୍ଡେ ଏହି କ୍ଲିପକୁ ସୋସିଆଲ ମିଡିଆରେ ଦେଖିବା ପରେ ଏହାକୁ ଶେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ଏହାକୁ ନୀଚ୍ଚତାର ସୀମା କୁହାଯାଏ । ଏଭଳି ଲୋକ ମାନେ ଶିକ୍ଷାର ଧନ୍ଦା କରି ସମାଜରେ ଘୃଣା ସୃଷ୍ଟି କରୁଥିବା ଧନ୍ଦେବାଜ । ଏହି ବ୍ୟକ୍ତିକୁ ତୁରନ୍ତ ଗିରଫ କରାଯିବା ଉଚିତ ।
ଏହି ମାମଲାରେ କଂଗ୍ରେସ ମଧ୍ୟ ଡେଇଁଛି । କଂଗ୍ରେସ ନେତା ସୁପ୍ରୀୟା ଶ୍ରିନେଥ ଏହା ଉପରେ ରିପ୍ଲାଇ କରି ଲେଖିଛନ୍ତି ଯେ ଏହା ଅତ୍ୟନ୍ତ ଖରାପ କଥା । ଏହି ବ୍ୟକ୍ତିକୁ ଗିରଫ କରାଯିବା ଆବଶ୍ୟକ । ଯେଉଁ ମାନେ ଏହି କଥା ଶୁଣି ଅଟ୍ଟହାସ୍ୟ କରୁଛନ୍ତି ସେମାନେ ମଧ୍ୟ ଏ ସମ୍ପର୍କରେ ଚିନ୍ତା କରିବା ଉଚିତ , ଯେ ଆମେ କଣ ହେଉଛୁ ।
ତେବେ ୟୁଟ୍ୟୁବରେ ସର୍ଚ କରିବା ଓ ଅନ୍ୟ ଜାଂଚ ପରେ ଜଣା ପଡିଛି ଯେ ଖାନ୍ ସାରଙ୍କ ଏହି ଭିଡିଓ ବର୍ତମାନର ନୁହେଁ । ଏହା ଗୋଟିଏ ବର୍ଷ ପୁରୁଣା ଭିଡିଓ । କାନ୍ଧାରରେ ଭାରତୀୟ ବିମାନକୁ ହାଇଜାକ କରାଯାଇଥିବା ସମ୍ପର୍କରେ ପଢାଉଥିବା ବେଳେ ସେ ଏହି ଟିପ୍ପଣୀ କରିଥିଲେ । ଏହି ଭିଡିଓ କ୍ଲିପକୁ ଗୋଟିଏ ବର୍ଷ ପୂର୍ବରୁ ଅନେକ ଏକାଉଂଟ୍ସରେ ଶେୟାର କରାଯାଇ ସାରିଛି ।