ସେ ମୋଦୀଙ୍କ ତୁଳନା ରାବଣ ସହ କରିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଆପଣଙ୍କ ଚେହେରା ଦେଖି କାହିଁକି କିଏ ବା ଭୋଟ ଦେବ । କଣ ଆପଣଙ୍କ ରାବଣଙ୍କ ଭଳି ଶହେ ମୁହଁ ରହିଛି । ଯେବେ ଯେବେ କଂଗ୍ରେସ ନେତା ମାନେ ଦେଇଛନ୍ତି ନରେନ୍ଦ୍ର ମୋଦୀଙ୍କୁ ଗାଳି, କହିଛନ୍ତି ଅପଶବ୍ଦ, ସେବେ ସେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ବଢିଛି ।
ଅତୀତରେ ଏହା ବାରମ୍ବାର ପ୍ରମାଣିତ ହୋଇ ସାରିଛି । ପୂର୍ବରୁ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଅପଶବ୍ଦ କହିବାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ବାଡ୍ରାଙ୍କ ସମେତ ଅନେକ ନେତାଙ୍କ ନାମ ରହିଛି । ଏହି ରିପୋର୍ଟରେ ଆମେ ଦେଖିବା କିଏ କଣ ମୋଦୀଙ୍କ ବିରୁଦ୍ଧରେ ଅପଶବ୍ଦ କହିଥିଲେ ।
ସୋନିଆ ଗାନ୍ଧୀ ନରେନ୍ଦ୍ର ମୋଦୀଙ୍କୁ ମୌତ କା ସୌଦାଗର ଓ ଜହର କି ଖେତି କରୁଥିବା ଭଳି ବକ୍ତବ୍ୟ ଦେଇଥିଲେ । ଗୁଜରାତରେ ଏହି ବକ୍ତବ୍ୟର ବହୁଳ ପ୍ରଭାବ ପଡିଥିଲା ଓ କଂଗ୍ରେସକୁ ପରାଜୟର ସାମନା କରିବାକୁ ପଡିଥିଲା । ଅନ୍ୟ ପାର୍ଟିର ନେତା ମାନେ ଏଥିରୁ ଶିକ୍ଷା ଗ୍ରହଣ କରି ମୋଦୀଙ୍କ ବିରୁଦ୍ଧରେ ଅପଶବ୍ଦ କହୁ ନାହାନ୍ତି । ହେଲେ କଂଗ୍ରେସ ନେତା ମାନେ ଶିକ୍ଷା ଗ୍ରହଣ ନ କରି ବାରମ୍ବାର ଏଭଳି ଶବ୍ଦ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି ।
ମଲିକାର୍ଜୁନ ଖ଼ଡଗେଙ୍କ ଏହି ବକ୍ତବ୍ୟ ପୂର୍ବରୁ କଂଗ୍ରେସ ନେତା ମଧୁସୂଦନ ମିସ୍ତ୍ରୀ କହିଥିଲେ ଯେ ମୋଦୀଙ୍କୁ ଏଥର କଂଗ୍ରେସ ଔକାତ ଦେଖାଇ ଦେବ । ସେହିପରି ଚଳିତ ବର୍ଷ ଜୁନ ମାସରେ କଂଗ୍ରେସନେତା ସୁବୋଧ କାନ୍ତ ସହାୟ ରାହୁଲ ଗାନ୍ଧୀଙ୍କୁ ଇଡି ଦ୍ୱାରା ପଚରା ଉଚୁରା କରାଯିବା ପାଇଁ ଡକା ଯିବା ପରେ ଜନ୍ତର ମନ୍ତର ଠାରେ ଆୟୋଜିତ ଧାରଣାରେ କହିଥିଲେ ଯେ ମୋଦି ହିଟଲର ଭଳି ମରିବ ।
ସେହିପରି ଚଳିତ ବର୍ଷ ଜୁନ 13 ତାରିଖ ଦିନ ମହାରାଷ୍ଟ୍ରର ନାଗପୁର ଠାରେ ହୋଇଥିବା ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶେଖ ହୁସେନ କହିଥିଲେ ଯେ କୁକୁର ମାନଙ୍କର ଯେଭଳି ମୃତ୍ୟୁ ହୁଏ ନରେନ୍ଦ୍ର ମୋଦୀଙ୍କ ସେଭଳି ମୃତ୍ୟୁ ହେବ । 2021 ମସିହା ଡିସେମ୍ବର ମାସରେ ମଧ୍ୟ ପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଉମଙ୍ଗ ସିଂହାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାକ୍ଷସ ସହ ତୁଳନା କରିଥିଲେ । ସେ କାଶୀରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଶେୟାର କରି କହିଥିଲେ ଯେ ପୁରାଣରେ ଯେପରି ବିନାଶକାରୀ ରାକ୍ଷସ ମାନଙ୍କର ବର୍ଣନା ରହିଛି ଯେଉଁଥିରେ ସମସ୍ତେ ଶିବଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରିଥାନ୍ତି, ମୋଦୀ ସେପରି କରୁଛନ୍ତି ।
2020 ମସିହା ଡିସେମ୍ବର ମାସରେ କଂଗ୍ରେସର ପ୍ରବକ୍ତା ରଣଦୀପ ସୁରଜେୱାଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇତିହାସର ସବୁଠାରୁ କ୍ରୁର ପ୍ରଧାନମନ୍ତ୍ରୀ ବୋଲି କହି ଅପଶବ୍ଦର ପ୍ରୟୋଗ କରିଥିଲେ । 2020 ମସିହା ଜୁଲାଇ ମାସରେ କଂଗ୍ରେସର ପ୍ରବକ୍ତା ଗୌରଭ ବଲ୍ଲଭ ଏକ ଟିଭି ଡିବେଟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହଙ୍କ ପାଇଁ ରଙ୍ଗା – ବିଲ୍ଲା ଭଳି କୁଖ୍ୟାତ ଅପରାଧୀ ସହ ତୁଳନା କରି ଶବ୍ଦ ପ୍ରୟୋଗର ମର୍ଯ୍ୟାଦାର ସବୁ ସୀମା ଉଲ୍ଲଂଘନ କରି ଯାଇଥିଲେ ।
କଂଗ୍ରେସ ନେତା ମଣିଶଙ୍କର ଆୟାର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟାକାରୀ ଓ ନୀଚ୍ଚ ବୋଲି କହିଥିଲେ । ଦିହବିଜୟ ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୁଳନା ଜେନେରାଲ ଡାୟାର ସହ କରିଥିଲେ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ତାଙ୍କୁ ହିନ୍ଦୁ ଜିନ୍ନା ବୋଲି କହିଥିଲେ ।
କଂଗ୍ରେସ ନେତା ଅଧୀର ରଂଜନ ଚୌଧରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗନ୍ଦି ନାଲି କା କିଡା ବୋଲି ମଧ୍ୟ କହି ସାରିଛନ୍ତି ।ଏଭଳି ଅନେକ ଗାଳି ଗୁଲଜ ଓ ଅପଶବ୍ଦ କଂଗ୍ରେସ ନେତା ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ କରି ସାରିଛନ୍ତି । ଏହା ପରେ ମଧ୍ୟ ସେମାନେ ଶିକ୍ଷା ଗ୍ରହଣ କରୁ ନାହାନ୍ତି । ଏପରି କରି କଂଗ୍ରେସ ଆତ୍ମଘାତୀ କାମ କରୁଛି ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।