ଭାରତ ଏବଂ କାମ୍ବୋଡିଆ ମଧ୍ୟରେ କୂଟନୈତିକ ସମ୍ପର୍କର 70 ତମ ବାର୍ଷିକୀ ପାଳନ କରିବାର ଉପଲକ୍ଷେ କାମ୍ବୋଡିଆ ରାଜା ଭାରତ ଗସ୍ତ କରିଛନ୍ତି। ପ୍ରାୟ ଛଅ ଦଶନ୍ଧି ପରେ କାମ୍ବୋଡିଆର ରାଜା ଭାରତକୁ ଆସିଛନ୍ତି । 1963 ମସିହାରେ ଶେଷ ଥର ପାଇଁ କାମ୍ବୋଡିଆର ରାଜା ଭାରତ ଆସିଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି କାମ୍ବୋଡିଆ ରାଜା ନୋରୋଦମ୍ ସିହାମୋନି । ନୋରୋଦମଙ୍କୁ ସ୍ବାଗତ ଜଣାଇଥିଲେ ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ରାଜକୁମାର ରଂଜନ ସିଂ ।
ଭାରତ ଏବଂ କାମ୍ବୋଡିଆ ମଧ୍ୟରେ କୂଟନୈତିକ ସମ୍ପର୍କର 70 ତମ ବାର୍ଷିକୀ ପାଳନ କରିବାର ଉପଲକ୍ଷେ କାମ୍ବୋଡିଆ ରାଜା ଭାରତ ଗସ୍ତ କରିଛନ୍ତି। ପ୍ରାୟ ଛଅ ଦଶନ୍ଧି ପରେ କାମ୍ବୋଡିଆର ରାଜା ଭାରତକୁ ଆସିଛନ୍ତି । 1963 ମସିହାରେ ଶେଷ ଥର ପାଇଁ କାମ୍ବୋଡିଆର ରାଜା ଭାରତ ଆସିଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ଆମ୍ରି ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ ହୋଇଯାଇଛି । ଏହାକୁ ପୋଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ବେଦାନ୍ତ ଉଚ୍ଚ କର୍ତ୍ତୃପକ୍ଷ ତପନ କୁମାର ଚାନ୍ଦ ଏବଂ ଆମ୍ରି ହସ୍ପିଟାଲ ଭୁବନେଶ୍ଵରର ୟୁନିଟ୍ ହେଡ୍ ଡାକ୍ତର ରୋହିତ ଯଶୱାଲ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ହୃଦ୍ରୋଗର ବିଭିନ୍ନ କାରଣ ଲକ୍ଷଣ ଏବଂ ଉପଚାର ସମ୍ପର୍କରେ ସଚେତନ କରିବା ପାଇଁ ଏହି ଅବସରରେ ଏକ ୱାକଥନର ଆୟୋଜନ କରାଯାଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଅବସରରେ ଆମ୍ରି ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେକେ ପାଢ଼ୀ, ଡାକ୍ତର ଦିବ୍ୟରଞ୍ଜନ ବେହେରା, ଡାକ୍ତର ମହେଶ ଅଗ୍ରୱାଲ, ଡାକ୍ତର ବିଶ୍ଵଜିତ୍ ମହାପାତ୍ର, ଓ ଡାକ୍ତର ପ୍ରଦୀପ କୁମାର ଦାଶଙ୍କ ସମେତ ଅମ୍ରି ହସ୍ପିଟାଲର ବରିଷ୍ଠ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ସାଧାରଣ ଲୋକଙ୍କୁ ହୃଦୟ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି ଚଳିତ ବର୍ଷର ଥିମ୍ ରହିଛି ୟୁଜ୍ ହାର୍ଟ, ନୋ ହାର୍ଟ.
ପ୍ରତି ବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ । ଆମ ହୃଦୟକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଧ୍ରୁମପାନ, ମଦ୍ୟପାନ ଠାରୁ ଦୂରେଇ ରହିବା ସହିତ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବାକୁ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପରାମର୍ଶ ଦେଇଥିବା ବେଳେ ଆମର ଖାଦ୍ୟପେୟ ଓ ଜୀବନଶୈଳୀ ହୃଦୟକୁ ସୁସ୍ଥ ରଖିବାକୁ ସାହାର୍ଯ୍ୟ କରିଥାଏ ବୋଲି ମେୟର ସୁଲୋଚନା ଦାସ କହିଥିଲେ ।