ରାଜ୍ୟ ସ୍ତରରେ ଏକ ନମ୍ବର ହୋଇଥିବାରୁ ସେ ବହୁତ ଖୁସି ଅଛନ୍ତି । ଭୁବନେଶ୍ୱରରେ ଜାନୁୟାରୀ 3 ରୁ ହେବାକୁ ଥିବା ଜାତୀୟ ସ୍ତରୀୟ କଳାଉତ୍ସବ ପାଇଁ ବର୍ତ୍ତମାନ ସେ ପ୍ରସ୍ତୁତ ହେଉଥିବା କହିଛନ୍ତି । ପ୍ରଥମେ ଦକ୍ଷିଣ ଦିଲ୍ଲୀର 30 ବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାରେ ଏକ ନମ୍ବର ହୋଇଥିଲେ କିଞ୍ଜଲ।
ପରେ ଦିଲ୍ଲୀର ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଏକ ନମ୍ବର ହୋଇଥିଲେ। ତାଙ୍କର ସମ୍ବଲପୁରୀ ଡାଲଖାଇ ନୃତ୍ୟୁ ବିଚାରପତି ମାନଙ୍କୁ ବହୁତ ଆକୃଷ୍ଟ କରିଥିବା ସେ କହିଛନ୍ତି।
ମା ନମିତା ସ୍ୱାଇଁ ଏବଂ ବାପା ସୁରେନ୍ କୁମାର ତାଙ୍କୁ ପାଠ ପଢିବା ସହିତ ନୃତ୍ୟୁ ପ୍ରତି ସହଯୋଗ କରୁଛନ୍ତି। ନିଜ ରାଜ୍ୟର କଳା ସଂସ୍କୃତି କୁ ନୃତ୍ୟୁ ମାଧ୍ୟମରେ ଦିଲ୍ଲୀରେ କରିବାର ସୁଯୋଗ ପାଇଥିବାରୁ ମୋତେ ବହୁତ ଖୁସି ଲାଗୁଥିବା କିଞ୍ଜଲ କହିଛନ୍ତି।