ଏ ସବୁ ସତ୍ବେ ତାଙ୍କ ଘର ପରିବେଶକୁ ଦେଖିଲେ ଆପଣ ତାଙ୍କୁ କୋଟିପତି ନିଶ୍ଚୟ କହିବେ। ତାଙ୍କ ଘରେ ଅନେକ ଇଲେକ୍ଟ୍ରିକ୍ ସରଞ୍ଜାମ ଅଛି। ହେଲେ ମାସକୁ ମାସ ଆମ ଘର ଭଳି ଇଲେକ୍ଟ୍ରିକ୍ ବିଲ୍ ଆସୁନି। ଘରେ ଏକାଧୀକ ବିଦ୍ୟୁତ୍ ବଲ ବି ଜଳୁଛି। ହେଲେ ନୋ ଟେନସନ୍। ବିନ୍ଦାସ୍ ଚାଲୁଛି ଫ୍ୟାନ, ଏସି ଆଉ ପାଣି ପମ୍ପ।
ପାଲଟା ନିଜ ଘର ପାଇଁ ସବୁ ସୁବିଧା ନିଜେ ହିଁ କରିଛନ୍ତି। ନିତିଦିନିଆ ବ୍ୟବହାର ପାଇଁ ତାଙ୍କୁ ବାହାରକୁ ଯିବାକୁ ପଡେନି। କି କାହାରିକୁ ଟଙ୍କାଟିଏ ଦେବାକୁ ପଡେନି।
୭୮ ବର୍ଷିୟା ପାଲଟା ଗତ ୧୧ ବର୍ଷ ହେଲାଣି, ସେ ଏମିତି ଜୀବନ ଜିଉଁଛନ୍ତି। ନୋ ଟେନସନ୍ ପୂରା ବିନ୍ଦାସ୍ । ନାଁ କାହାରି ଉପରେ ନିର୍ଭର କରୁଛନ୍ତି ନା ପ୍ରକୃତି ବହିଭୂର୍ତ୍ତ କୌଣସି କାମ କରୁଛନ୍ତି। ନିଜ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ତାଙ୍କୁ ତାଙ୍କ ପରିସର ବାହାରକୁ ଯିବାର ଆବଶ୍ୟକତା ହିଁ ନାହିଁ।
ତାଙ୍କ ଘର ଏପରି ଢଙ୍ଗରେ ପ୍ରସ୍ତୁତ ହୋଇଛି ଯେ, ଆପଣ ଯେତେବେଳେ ଯାହା ଚାହିଁବେ ତାହା ପାଇପାରିବେ। ଏ ଘରେ ସୋଲାର କୁକର ଲାଗିଛି। ଯାହା ସହାୟତାରେ ସେ ପାଣି ଗରମ କରିବା ସହ ରୋଷେଇବାସ କାମ ସୁରୁଖୁରୁରେ କରନ୍ତି।
ପୁରୁଣା ପେପର ଜାଳି ବୈଜ୍ଞାନିକ ପଦ୍ଧତିରେ ସେ ବିଦ୍ୟୁତ୍ ସୃଷ୍ଟି କରନ୍ତି। ଯାହା ମାଧ୍ୟମରେ ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବିଦ୍ୟୁତ ବଲବ୍ ଜଳେ। ଘରେ ରୋଷେଇ ବି ହୋଇଥାଏ।
ନିଜ ଘର ସଂଲଗ୍ନ ସ୍ଥାନରେ ସେ ଗୋଟିଏ windmill ବା ପବନ କଳ ସ୍ଥାପନ କରିଛନ୍ତି। ଯାହା ମାଧ୍ୟମରେ ତାଙ୍କ ଘରକୁ ବିଦ୍ୟୁତ୍ ଶକ୍ତି ଆସୁଛି।
ଘରର ବର୍ଯ୍ୟବସ୍ତୁ, ଅବ୍ୟବହୃତ ପାଣି ପାଶ୍ବବର୍ତ୍ତି ଜମିରେ ମିଶୁଛି। ଆଉ ଏଇ ଉର୍ବର ଭୁଇଁରେ ଏକର ଏକର ସ୍ଥାନରେ ସେ ଚାଷବାସ କରନ୍ତି। ଘର ପାଇଁ ଆବଶ୍ୟକ ପରିମାଣର ପନିପରିବା ଓ ଫଳମୂଳ ଏହିଠାରୁ ହିଁ ସଂଗ୍ରହ କରନ୍ତି। ଏହି ପରିବେଶରୁ ମିଳୁଥିବା ପ୍ରକୃତିକ ପଦାର୍ଥରୁ ଦାନ୍ତଘଷା ପେଷ୍ଟ, ଦେହଲଗା ସାବୁନ ମଧ୍ୟ ସେ ପ୍ରସ୍ତୁତ କରନ୍ତି।
ଶ୍ରୀମତି ଜନକ କୌଣସି ଏଭଳି କାର୍ଯ୍ୟ ପାଇଁ କୌଣସି ପେଶାଦାର ସଂସ୍ଥାରୁ ଶିକ୍ଷା ନେଇ ନାହାନ୍ତି ସତ ହେଲେ ଗ୍ରାମୀଣ ଭାରତର କୋଣ ଅନୁକରଣ ବୁଲିବାର ଅଭିଜ୍ଞତା ତାଙ୍କୁ ଦେଇଛି ଏହି ସବୁ ଶିକ୍ଷା। ଯେଉଁଥିପାଇଁ ସେ ଟେନସନ୍ ଫ୍ରି ଜୀବନ ବଞ୍ଚୁଛନ୍ତି।