ଅର୍ଗସ ବ୍ୟୁରୋ : ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରେ ଦୌଡିବା ଆରମ୍ଭ କରିଛ। ଆଜି ଶ୍ରୀକ୍ଷେତ୍ର ପୁରୀରୁ ହାଓ୍ବଡା ଅଭିମୁଖେ ଦଉଡିଛି ଏହି ଟ୍ରେନ୍। ଆସନ୍ତୁ ଜାଣିବା ଏହି ଟ୍ରେନ ସମ୍ପର୍କରେ ଚୁମ୍ବକରେ କିଛି ତଥ୍ୟ।
- ଏହା ଭାରତର ପ୍ରଥମ ସେମି ହାଇସ୍ପ୍ରିଡ୍ ଟ୍ରେନ
- ସମ୍ପୁର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଏହା ନିର୍ମିତ ହୋଇଛି
- ଘଣ୍ଟାପ୍ରତି ଏହାର ବେଗ ୧୮୦ କିଲୋମିଟର
- ୧୭ ରାଜ୍ୟର ୧୦୮ ଜିଲ୍ଲାର ଯାତ୍ରୀ ଏହାର ସେବା ପାଇବେ
- ପ୍ରଥମ ବନ୍ଦେ ଭାରତ ଟ୍ରେନ ୨୦୧୯ ଫ୍ରେବୃୟାରୀ ୧୫ରେ ଦୌଡିଥିଲା
- ବାରଣାସୀରୁ ଦିଲ୍ଲୀ ରୁଟରେ ଚାଲିଥିବା ପ୍ରଥମ ଟ୍ରେନ
- ଏବେ ସାରା ଦେଶରେ ୧୦ଟି ବନ୍ଦେ ଭାରତ ଟ୍ରେନ ଚାଲୁଛି
- ଚେନ୍ନାଇର ଇଣ୍ଟିଗ୍ରେଟେଡ କୋଚ ଫ୍ୟାକ୍ଟ୍ରିରେ ଏହା ନିର୍ମିତ ହୋଇଛି
- Train 18 ନାମରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା
- ୨୦୧୬ ଶେଷ ସୁଦ୍ଧା ଗୋଟିଏ ଟ୍ରେନ ନିର୍ମାଣ ପାଇଁ ଅନୁମତି ଥିଲା
- ପରବର୍ତ୍ତି ସମୟରେ ୨୦୧୭ରେ ଏହାକୁ ବଢାଇ ୨ଟି ଟ୍ରେନ ନିର୍ମାଣ ଅନୁମତି ମିଳିଲା
- ୨୦୨୩ ଶେଷ ସୁଦ୍ଧା ଟ୍ରେନ ନିର୍ମାଣ ସଂଖ୍ୟା ୭୫ ଓ ପରେ ଏହାକୁ ବଢାଇ ୩୦୦ ଟାର୍ଗେଟ ରଖାଯାଇଛି
- ୨୪ ବଗି ବିଶିଷ୍ଟ ସାଧାରଣ ଟ୍ରେନ ପାଇଁ ୬୬ କୋଟି ଖର୍ଚ୍ଚ ହେଉଥିବା ବେଳେ, ଗୋଟିଏ ବନ୍ଦେ ଭାରତ ଟ୍ରେନ ନିର୍ମାଣ ପାଇଁ ୧୧୦ରୁ ୧୨୦ କୋଟି ଖର୍ଚ୍ଚ ହୁଏ
- ଏହା ୧୬ଟି କୋଚ୍ ବିଶିଷ୍ଟ ଟ୍ରେନ
- ୧୩ ରୁଟରେ ଚାଲୁଥିବେ ଏହି ଟ୍ରେନ ପାଇଁ ରୁଟ୍ ରେଟ୍ ବା ଦର ଅଲଗା ଅଲଗା
- ଦିଲ୍ଲୀ-ବାରଣାସୀ ରୁଟରେ ଚାଲୁଥିବା ଟ୍ରେନ ଅଦ୍ୟାବଧି ୭ କୋଟି ମାସକୁ ମାସକୁ ଆମଦାନୀ କରୁଛି
- ଏହା ସମ୍ପୁର୍ଣ୍ଣ ଭାବେ ବିଦ୍ୟୁତ୍ ଚାଳିତ ଟ୍ରେନ
- ଏହି ଟ୍ରେନର ସମସ୍ତ ଡୋର ଓ ଫୁଟରେଷ୍ଟ ଅଟୋମେଟେଡ
- ଅଥାତ୍ ଟ୍ରେନ ଛିଡାହେଲେ ଏହା ଆପେ ଖୋଲେ, ଆପେ ବନ୍ଦ ହୋଇଯାଏ।
- ଏହି ଟ୍ରେନର ପ୍ରତି କୋଚରେ ୩୨ ଇଞ୍ଚିଆ ଟିଭି ଲାଗିଛି
- ଭିତରେ ଫାୟାର ସେନସର, ଜିପିଏସ୍ ଓ କ୍ୟାମେରା ଲାଗିଛି
- ରେଲଓ୍ବେ ସୁରକ୍ଷା କବଚ ନାମରେ ଗୋଟିଏ ସେଫ୍ଟି ଫିଚର ରହିଛି। ଯାହା ଟ୍ରେନ ଧକ୍କା ବେଳେ ସାଧାରଣ ଯାତ୍ରୀଙ୍କୁ ସୁରକ୍ଷିତ ରଖିବ
- ବର୍ତ୍ତମାନ ଏହାର ଗତି ୧୬୦ କିମି(ଘଣ୍ଟାପ୍ରତି) ରହିବ
- ଏଥିରେ ଇଣ୍ଟେଲିଜେନ୍ସ ବ୍ରେକିଂ ସିଷ୍ଟମ ରହିଛି
- ଯାହା ଆପତକାଳୀନ ସ୍ଥିତିରେ ଟ୍ରେନକୁ ଅଟକାଇ ପାରିବ
- ଦିବ୍ୟାଙ୍ଗମାନଙ୍କ ପାଇଁ ବାୟୋ ଫ୍ରେଣ୍ଡଲି ଟଏଲେଟ୍ ରହିଛି
- ଦୃଷ୍ଟିହୀନ ଦିବ୍ୟାଙ୍ଗଙ୍କ ପାଇଁ ବ୍ରେଲି ଲିପିରେ ସିଟ ନମ୍ବର ଲିଖିତ ହୋଇଛି
ଚାଲୁଥିବା କିଛି ବନ୍ଦେ ଭାରତ ଟ୍ରେନ...
- ପୁରୀ-ହାଓ୍ବଡା ବନ୍ଦେ ଭାରତ ଟ୍ରେନ
- ନୂଆଦିଲ୍ଲୀ-ବାରଣାସୀ ବନ୍ଦେ ଭାରତ ଟ୍ରେନ
- ନୂଆଦିଲ୍ଲୀ-ବୈଷ୍ଣୋଦେବୀ ବନ୍ଦେ ଭାରତ ଟ୍ରେନ
- ଗାନ୍ଧିନଗର-ମୁମ୍ବଇ ବନ୍ଦେ ଭାରତ ଟ୍ରେନ
- ଦିଲ୍ଲୀ-ଅବ ଅନ୍ଦୌରା ବନ୍ଦେ ଭାରତ ଟ୍ରେନ
- ଚେନ୍ନଇ-ମହୀଶୁର ବନ୍ଦେ ଭାରତ ଟ୍ରେନ
- ନାଗପୁର-ବିଲାସପୁର ବନ୍ଦେ ଭାରତ ଟ୍ରେନ
- ହାଓ୍ବଡା-ନ୍ୟୁ ଜଲପାଇଗୁଡି ବନ୍ଦେ ଭାରତ ଟ୍ରେନ