ଏମିତି ବି ଦେଖିବାକୁ ମିଳେ କମ୍ପାନୀର ପ୍ରଡକ୍ଟ ଅପେକ୍ଷା ‘ଲୋଗୋ’ରେ ଅଧିକ ଆଗ୍ରହ ଥାଏ । ଯଦି ଜଣେ ବ୍ୟକ୍ତିଙ୍କ ପାଖରେ ଆଇଫୋନ୍ ଅଛି, ତେବେ ତାହାର ଆଇଓଏସ୍ ଟେକନିକ୍ ବ୍ୟବହାର କରିବା ଠାରୁ ଅଧିକ ‘ଆପଲ୍’ ର ଲୋଗୋ ଦେଖାଇବାର ଖୁସି ଅଧିକ ଥାଏ ।
ଏମିତି ଅନେକ ବ୍ରାଣ୍ଡ ଅଛି ଯାହାର ‘ନାମ’ ଓ ‘ଲୋଗୋ’ ତାଙ୍କର ପରିଚୟ ।
ହେଲେ ପ୍ରତ୍ୟେକ ବ୍ରାଣ୍ଡର ଲୋଗୋ ପଛରେ ରହିଛି କିଛି ରୋଚକମୟ ତଥ୍ୟ ଏବଂ କିଛି ବାର୍ତ୍ତା... ଆସନ୍ତୁ ସେମିତି କିଛି ନାମୀ ଦାମୀ ବ୍ରାଣ୍ଡ ପଛରେ ଥିବା କିଛି ଅଜଣା କଥା ଜାଣିବା ।
କୋକାକୋଲା
ଏହି ବ୍ରାଣ୍ଡ୍ ସହ ଆମେ ସମସ୍ତେ ପରିଚିତ । ଦୁନିଆର ସବୁଠୁ ପ୍ରସିଦ୍ଧ ଏବଂ ଲାଭଜନକ ବ୍ରାଣ୍ଡ ମଧ୍ୟରୁ ଗୋଟିଏ ଏହି ବ୍ରାଣ୍ଡ୍ । ଅନେକ ସ୍ପୋର୍ଟ୍ସ ଇଭେଣ୍ଟକୁ ଏହି ବ୍ରାଣ୍ଡ୍ ସ୍ପନସର୍ କରିଥାଏ । କୋକାକୋଲା... 1886 ମସିହାରେ ଆମେରିକାର ଆଟଲାଣ୍ଟା ଠାରେ ପ୍ରତିଷ୍ଠା କରାଯାଇଥିଲା । ଏହି ବ୍ରାଣ୍ଡର ଲୋଗୋ ଜନ୍ ଷ୍ଟିଥ୍ ପେମବରଟନ୍ ଓ ଫ୍ରାକ୍ ଏମ ରବିନସନ୍ ଡିଜାଇନ୍ କରିଥିଲେ । କଳା ଓ ଧଳା ରଙ୍ଗରେ କୋକାକୋଲାର ଯେଉଁ ଲୋଗୋ ଆମେ ଦେଖୁଚେ ତାହା ଏମାନଙ୍କ ହାତ ଲେଖା । ସେତେବେଳ ସମୟରେ ଟେକନୋଲୋଜିର ବ୍ୟବହାର ଏତେ ନଥିଲା । ଯେଉଁଥିପାଇଁ ଏହା ଖୁବ ସାଧାରଣ ଲାଗୁଥିଲା । ହେଲେ ଧିରେ ଧିରେ ଏହାର ବ୍ୟବସାୟ ବଢିବା ସହ ନୂତନ ଜ୍ଞାନ କୌଶଳ ଦ୍ୱାରା ସାମାନ୍ୟ ପରିବର୍ତ୍ତନ କରାଯାଇଛି ।
ନାଇକ୍
ନାଇକ୍.....ଅର୍ଥାତ୍ ଗ୍ରୀକ୍ ର ବିଜୟର ଦେବୀ । ଏହି କପ୍ମାନୀ ଜାନୁଆରୀ25,1964 ରେ ବ୍ଲୁ ରିବନ ସ୍ପୋର୍ଟସ ଭାବେ ପ୍ରତିଷ୍ଠିା ହୋଇଥିଲା । ଏହା ନାଇକ୍ ନାଁରେ ମେ 30,1971 ରେ ପରିଚିତ ହେଲା । ଏହି ଲୋଗୋର ପରିକଳ୍ପନା ଅତ୍ୟନ୍ତ ସରଳ ଚିନ୍ତାଧାରା ସହ କରାଯାଇଥିଲା । ଡେଣା ଭଳି ଦିଶୁଥିବା ଏହି ଲୋଗୋ ପରବର୍ତ୍ତୀ ମୁହୂର୍ତ୍ତରେ ଖୁବ ପରିଚିତ ହୋଇଥିଲା । ଏହାର ଅର୍ଥାତ୍ ପାୱାର, ମୋସନ, ଆକ୍ସଲେରେସନ, ଯାହା ଆପଣଙ୍କୁ ଲଗାତାର ପୁସ୍ କରିବ ଭଲ ଖେଳାଳୀ ହେବାକୁ ଜିତିବାକୁ ଜୋସ୍ ଦେବ । 1971 ମସିହାରେ ଏହା ଆରମ୍ଭ ହେବା ପରଠୁ ଆଇକନିକ୍ ବ୍ରାଣ୍ଡ ନାଁରେ ପରିଚିତ ହୋଇଛି ।
ମର୍ସିଡିଜ୍ ବେଞ୍ଚ୍
ପ୍ରିମିୟମ୍ କାର୍ ବ୍ରାଣ୍ଡ୍ ମଧ୍ୟରୁ ଗୋଟିଏ । ଯାହାର କୌଣସି ଇଣ୍ଟ୍ରୋଡକସନ ଦରକାର ପଡିନଥାଏ । ଲକ୍ସୁରିଅସ କାର ଭିତରୁ ଏହା ଗୋଟିଏ । ଖାସ୍ କରି ଭିଆଇପି ମାନଙ୍କର ବେଶୀ ପସନ୍ଦ । ଏହାର ଆଇକନିକ୍ ଲୋଗୋ ସମସ୍ତଙ୍କ ମନ କିଣିନିଏ । ଲୋଗୋରେ ଥିବା ଥ୍ରୀ ଷ୍ଟାର ବାୟୁ, ଭୂମି, ସମୁଦ୍ରକୁ ଚିତ୍ରିତ କରିଥାଏ । ଥ୍ରୀ ଷ୍ଟାର ଅର୍ଥାତ୍ ସୁରକ୍ଷା, ବିଶ୍ୱସନୀୟତା, ବୃତ୍ତିଗତତା, ପାରମ୍ପରିକତା ଏବଂ ସର୍ବୋଚ୍ଚ ଦକ୍ଷତାକୁ ବୁଝାଏ । ଗଟଲିଏବଙ୍କ ପୁତ୍ର ଆଡଲଫ ଏବଂ ପୌଲ ପ୍ରଥମେ ଗୋଲ୍ଡ ଷ୍ଟାର୍ଟର ଡିଜାଇନ ତିଆରି କରିଥିଲେ । ଯାହା ତାଙ୍କ ପରିବାରର ପୋଷ୍ଟକାର୍ଡ ଚିହ୍ନିବା ପାଇଁ ସେମାନଙ୍କ ପିତାଙ୍କ ଦ୍ୱାରା ବ୍ୟବହୃତ ପ୍ରତୀକ ଥିଲା । ପରେ, ଏହାକୁ ପରିବର୍ତ୍ତନ କରାଯାଇ ଥ୍ରୀ ପଏଣ୍ଟେଡ୍ ଷ୍ଟାର କରାଯାଇଥିଲା । ଏହି ଲୋଗୋ କମ୍ପାନୀର ପ୍ରତିଷ୍ଠାତାଙ୍କ ପରିବାରର ମହତ୍ତ୍ୱକୁ ବୁଝାଇଥାଏ ।
ଗୁଗୁଲ୍
ଗୁଗୁଲ୍ ବା ସର୍ଚ୍ଚ ଇଞ୍ଜିନ୍ । ଆଜିକା ଦୁନିଆରେ ଯାହା ବିନା କୌଣସି କାମ ଅସମ୍ଭବ । ସାଧାରଣ ଲୋକଙ୍କ ଜ୍ଞାନ ବଢାଏ । ଯାହାକୁ ଯେ କୌଣସି ମୁହୂର୍ତ୍ତରେ କିଛି ବି ଜାଣିବାକୁ ହେଲେ ସଙ୍ଗେ ସଙ୍ଗେ ଗୁଗୁଲ ସାହାଯ୍ୟ କରେ । ହେଲେ ସହଜରେ ଉତ୍ତର ଦେଉଥିବା ଗୁଗୁଲ୍ କେମିତି ତିଆରି ହୋଇଥିଲା ।
ଏହି କମ୍ପାନୀ ଉଦ୍ଭାବନ ପଛରେ ରୋଚକମୟ ତଥ୍ୟ...ଆସନ୍ତୁ ଜାଣିବା...
ପୂର୍ବରୁ ଏହି ସର୍ଚ୍ଚ ଇଞ୍ଜିନର ନାଁ ଥିଲା ବ୍ୟାକରବ୍ । ପରେ ଏହାର ନାଁ ପରିବର୍ତ୍ତନ ହୋଇ ହେଲା ଗୁଗୁଲ୍ । ଗୁଗୁଲ ର କାହାଣୀ ଆରମ୍ଭ ହୁଏ 1995 ମସିହା ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ । ଛାତ୍ର ଲ୍ୟାରି ପେଜ୍ ଏବଂ ସର୍ଗି ବ୍ରିନ୍ 1996 ରେ ସର୍ଚ୍ଚ ଆଲଗୋରିଦିମ୍ ଉଦ୍ଭାବନ କରିଥିଲେ ଯାହାକୁ କୁହାଯାଉଥିଲା ବ୍ୟାକରବ୍ । ଏହା ଖୁବ ସଫଳତା ପାଇବା ପରେ 1998 ମସିହାରେ ଏହାକୁ ଲଞ୍ଚ କରାଯାଇଥିଲା ।
1998 ମସିହାରୁ 2014 ପର୍ଯ୍ୟନ୍ତ ଏହାର ଲୋଗୋରେ ବିଶେଷ କିଛି ପରିବର୍ତ୍ତନ ହୋଇନଥିଲା । ପରେ 2015ରେ ପରିବର୍ତ୍ତିତ ରଙ୍ଗ,ସ୍ପେସ୍, ଅକ୍ଷର ଇତ୍ୟାଦିରେ କିଛି ମୌଳିକ ପରିବର୍ତ୍ତନ କରାଯାଇଛି ।
ଆହୁରି ପଢନ୍ତୁ ବିଦେଶ ଖବର...