୧- ପ୍ରତ୍ୟେକ ଦିନ ଆପଣଙ୍କୁ ସକାଳୁ ଶୀଘ୍ର ଉଠିବାକୁ ପଡିବ । ପ୍ରତ୍ୟେକ ଦିନ ଶୀଘ୍ର ଉଠି ଆପଣ ଯଦି ଯୋଗ କିମ୍ବା ବାୟାମ କରୁଛନ୍ତି, ତେବେ ଆପଣ ସୁସ୍ଥ ଅନୁଭବ କରିବେ ।
୨- ପ୍ରତ୍ୟେକ ବ୍ୟାୟାମ କରିବା ଏକ ଭଲ ଅଭ୍ୟାସ । ଯଦି ଆପଣ ବ୍ୟାୟାମ କରୁଛନ୍ତି, ତେବେ ଝାଳ ମାଧ୍ୟମରେ ଶରୀରର ସମସ୍ତ ବର୍ଜ୍ୟବସ୍ତୁକୁ ଏହା ଶରୀରରରୁ କାଢି ଦେଇଥାଏ। ଫଳରେ ଆପଣଙ୍କ ରକ୍ତ ସଞ୍ଚାଳନ ଠିକ ହେବାସହ ଆପଣଙ୍କ ଶରୀରରେ ଚମକ ଆସିବ ।
୩-କେବେ ନିଜର ଜଳଖିଆ ବନ୍ଦ କରନ୍ତୁନି । ଅନେକ ଲୋକ ଭାବିଥାନ୍ତି, ଜଳଖିଆ ନଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ। କିନ୍ତୁ ଏହା ସମ୍ପୁର୍ଣ୍ଣ ଭୁଲ କଥା । ପ୍ରତ୍ୟେକ ସକାଳେ ଜଳଖିଆ ପେଟପୁରା ଖାଇବା ଶରୀର ପାଇଁ ନିହାତି ଆବଶ୍ୟକ ।
୪- ଶରୀରରେ ଜଳିୟଅଂଶ କମିବା ଶରୀର ପାଇଁ କ୍ଷତିକାରକ । ସେଥିପାଇଁ ପ୍ରତ୍ୟେକ ଦିନ ଆବଶ୍ୟକ ପାଣି ଶରୀର ପାଇଁ ନିହାତି ଆବଶ୍ୟକ । ଯଦି ପାରୁଛନ୍ତି ତେବେ ଗ୍ରୀନ ଟି ନିଶ୍ଚିତ ପିଅନ୍ତୁ ।
୫-ସୁସ୍ଥ ଶରୀର ପାଇଁ ଶୋଇବା ନିହାତି ଆବଶ୍ୟକ ଯଦି ଆପଣ ପ୍ରତ୍ୟେକ ଦିନ ୬ ରୁ ୮ ଘଣ୍ଟା ଶୋଉଛନ୍ତି, ତେବେ ଆପଣଙ୍କ ଶରୀର ସୁସ୍ଥ ରହିବା ସହ ମନ ବି ଭଲ ରହିବ । ଯାହାଦ୍ବାରା ଆପଣ ଖୁସି ଅନୁଭବ କରିବେ ।
ଅଧିକ ପଢନ୍ତୁ : ଫିନଲ୍ୟାଣ୍ଡ ବିଶ୍ୱର ସବୁଠୁ ଖୁସି ଦେଶ: ରିପୋର୍ଟ