ଏହି ବହିରେ ବିଫଳତାର କାରଣ ଓ ସଫଳତାର ମୂଳ ମନ୍ତ୍ରକୁ ଆଲୋଚନା କରାଯାଇଛି । ଲେଖକଙ୍କ ମତରେ ଅଧିକାଂଶ ଲୋକ ନିଜ ଲକ୍ଷ୍ୟ ସ୍ଥାନକୁ ପହଞ୍ଚି ପାରନ୍ତି ନାହିଁ । କାରଣ ସେମାନେ କେବଳ ଲକ୍ଷ୍ୟ ପ୍ରାପ୍ତି ପାଇଁ ସ୍ବପ୍ନ ଦେଖନ୍ତି, ଯୋଜନା ପ୍ରସ୍ତୁତ କରନ୍ତି । କିନ୍ତୁ ତାହାକୁ କାର୍ଯ୍ୟକାରୀ କରିପାରନ୍ତି ନାହିଁ । ନ କରି ପାରିବାର ମୂଳ କାରଣ ସମୟକୁ ଗୁରୁତ୍ବ ଦିଅନ୍ତି ନାହିଁ । କେବେଳ ବାହାନା ଖୋଜନ୍ତି । ଆଜି କରିବା ନା ଥାଉ କାଲିଠାରୁ କରିବା । ଏମିତି ସମୟ ବିତିଯାଏ । ଆଉ ଲକ୍ଷ୍ୟ ପଥରୁ ପଥଭଷ୍ଟ ହୋଇଯାନ୍ତି ।
ଏହି ସମସ୍ୟା ଦେଇ ଆପଣ ବି ହୁଏତ ଗତି କରୁଥାଇ ପାରନ୍ତି। ଏହିପରିକି ପ୍ରତିଯୋଗୀତାରେ ସଫଳ ହେବା ପାଇଁ ବହୁ ଚେଷ୍ଟା ମଧ୍ୟ କରୁଥାଇ ପାରନ୍ତି। ଯେତେବେଳେ ଆମେ ଆମ ନିଜର ଦୁର୍ବଳତାକୁ ବୁଝି ସେହି ଅନୁସାରେ ପ୍ରତିଯୋଗୀତା ପାଇ ନିଜକୁ ପ୍ରସ୍ତୁତ ହେଉ ସେତେବେଳେ ହିଁ ଆମକୁ ସଫଳତା ମିଳିବ।
ତେଣୁ ପ୍ରଥମେ ପ୍ରସ୍ତୁତି ଆରମ୍ଭ କରିବାର ଆବଶ୍ୟକତା ରହିଛି । ଆଉ ଏହି ଆରମ୍ଭ କରିବା ପାଇଁ ଆପଣଙ୍କ ଭିତରେ ଲକ୍ଷ୍ୟ ପ୍ରାପ୍ତି ପାଇଁ ଦୃଢ ପ୍ରତିଜ୍ଞା ରହିବା ଦରକାର । ଏଥି ପାଇଁ ପଢନ୍ତୁ ଇଚଖରତେ ତୋଲଲେଙ୍କ ପୁସ୍ତକ ଦ ପ୍ୟାୱାର ଅଫ୍ ନାଓ । ଏହି ପୁସ୍ତକରେ ସମୟ କେତେ ମୂଲ୍ୟବାନ ତାହା ସରଳ ଭାବରେ ବର୍ଣ୍ଣନା କରାଯାଇଛି ।
ଏହା ସହ ବିତି ଯାଇଥିବା ସମୟ କଥା ଭାବି ସମୟ ନଷ୍ଟ ନକରି କିପରି ଆଗକୁ ବଢିହେବ ସେ ବିଷୟରେ ଲେଖକ ଆଲୋଚନା କରିଛନ୍ତି । ସଫଳତା ପାଇଁ ଆମକୁ ବର୍ତ୍ତମାନ ମିଳିଛି । କଠିନ ପରିଶ୍ରମ କରି ତାହାକୁ ହାସଲ କରିବା । ଆସନ୍ତା କାଲିର କଥା କେହିଁ କିଛି କହିପାରିବେନି । କେବଳ ମୁଠେ ଆଶାର ନାମ ଭବିଷ୍ୟତ । ତେଣୁ ବହିଟି ସଂଗ୍ରହ କରି ପଢିବେ ନିଶ୍ଚୟ ।